csstore

ବଲାଙ୍ଗିରର ବିଶିଷ୍ଟ କବି ପ୍ରଜ୍ଞାପ୍ରାଣ ଗୋପିକୃଷ୍ଣ ପଣ୍ଡିଆ ପାଇଲେ ସମ୍ମାନ ଜନକ ‘ରାଜ୍ୟ ସ୍ତରୀୟ ବସୁମତୀ ମାଁ ସମ୍ମାନ-୨୦୨୪’

ବଲାଙ୍ଗିର, (କେପିଏନ୍‌ଏସ୍‌) : କୈବଲ୍ୟ ସାହିତ୍ୟ ସଂସଦ ଓଡିଶା ଆନୁକୂଲ୍ୟରେ ୧୬ ଜୁନ, ୨୦୨୪ ଅପରାହ୍ନ ତିନିଟାରେ ରାମଚନ୍ଦ୍ର ଭବନ କଟକ ଠାରେ ରାଜ୍ୟ ସ୍ତରୀୟ ବସୁମତୀ ସ୍ନାନ ସାରସ୍ୱତ ମହୋତ୍ସବ ୨୦୨୪ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବଲାଙ୍ଗିର ବରପାଲି ପଡାର ବିଶିଷ୍ଟ କବି ପ୍ରଜ୍ଞାପ୍ରାଣ ଗୋପିକୃଷ୍ଣ ପଣ୍ଡିଆଙ୍କୁ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ରାଜ୍ୟ ସ୍ତରୀୟ ବସୁମତୀ ମା’ ସମ୍ମାନ ୨୦୨୪ ପ୍ରଦାନ କରିଛନ୍ତି । ଡ. ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ସଭା ସଞ୍ଚାଳନ ଓ ଶ୍ରୀମତୀ ବିଜୟାଲକ୍ଷ୍ମୀ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ହେମନ୍ତ କୁମାର ଜେନା, ମୁଖ୍ୟବକ୍ତା ରାଖାଲ ଚନ୍ଦ୍ର ସ୍ୱାଇଁ, ସମ୍ମାନିତ ଅତିଥି ବିପିନ ବିହାରୀ ବାରିକ, ବିଶ୍ୱଜିତ ସୂର୍ଯ୍ୟବଂଶୀ, ଡ. ଦିପାୟନ ପଟ୍ଟନାୟକ, ଡ. ସେହ୍ନାଶ୍ରୀ ସ୍ୱାଇଁ, ବିପିନ ଦଲାଇ, ଲଲିତେନ୍ଦୁ ପଲାଉରି, ସୁଭାଷ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ଶ୍ରୀ ପଣ୍ଡିଆଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଖବର ପ୍ରସାରିତ ହେବାପରେ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ, ସଭାପତି ଶ୍ୟାମସୁନ୍ଦର ପ୍ରଧାନ, ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ର ତଥା ଶତାଧିକ କବିକବୟିତ୍ରୀ ଶ୍ରୀ ପଣ୍ଡିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.