ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ-୨୦୨୪ ଘୋଷଣା

  • ଏୱାଇଡିଏମ୍‌ଏସ୍‌ର ତୃତୀୟ ସଂସ୍କରଣରେ ଟିଭି, ରେଡିଓ ଏବଂ ଛାପା ଗଣମାଧ୍ୟମ କ୍ଷେତ୍ରରେ ବିଭିନ୍ନ ଭାଷାରେ ୩୩ଟି ସମ୍ମାନ ପ୍ରଦାନ କରାଯିବ
  • ଯୋଗର ବାର୍ତ୍ତା ପ୍ରଚାର ପ୍ରସାର କରିବାରେ ଗଣମାଧ୍ୟମର ଯୋଗଦାନକୁ ମାନ୍ୟତା ଦେବା ଲାଗି ଦିଆଯିବ ପୁରସ୍କାର

ଭୁବନେଶ୍ୱର, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୪ର ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ପୁରସ୍କାରର ତୃତୀୟ ସଂସ୍କରଣ ପ୍ରଦାନ କରାଯିବ । ଭାରତ ଏବଂ ବିଦେଶରେ ଯୋଗର ବାର୍ତ୍ତା ପ୍ରଚାର ପ୍ରସାର କରିବାରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଓ ଦାୟିତ୍ୱକୁ ସମ୍ମାନ ଜଣାଇ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ଜୁନ୍ ଠାରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ (ଏୱାଇଡିଏମ୍‌ଏସ୍‌) ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୪ ଅଧୀନରେ ତିନୋଟି ବର୍ଗ ଛାପା, ଟେଲିଭିଜନ ଏବଂ ରେଡିଓ ଆଦି କ୍ଷେତ୍ରରେ ୨୨ଟି ଭାରତୀୟ ଭାଷା ଓ ଇଂରାଜୀରେ ମୋଟ୍ ୩୩ଟି ସମ୍ମାନ ପ୍ରଦାନ କରାଯିବ ।
୧. ‘ସମ୍ବାଦପତ୍ରରେ ଯୋଗର ଶ୍ରେଷ୍ଠ ଗଣମାଧ୍ୟମ ପ୍ରଚାର ପ୍ରସାର’ ପାଇଁ ଇଂରାଜୀ ଓ ୨୨ଟି ଭାରତୀୟ ଭାଷା ଓ ଇଂରାଜୀରେ ୧୧ଟି ସମ୍ମାନ ଦିଆଯିବ ।
୨. ‘ବୈଦ୍ୟୁତିକ ଗଣମାଧ୍ୟମ (ଟିଭି)ରେ ଯୋଗର ଶ୍ରେଷ୍ଠ ଗଣମାଧ୍ୟମ କଭରେଜ୍’ ପାଇଁ ୨୨ଟି ଭାରତୀୟ ଭାଷା ଓ ଇଂରାଜୀରେ ୧୧ଟି ପୁରସ୍କାର ପ୍ରଦାନ କରାଯିବ ।
ଅନ୍ତର୍ଜାତୀୟ ଯୋଗ ଦିବସ
ପ୍ରତିବର୍ଷ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଆସୁଛି । ଏହି କାର୍ଯ୍ୟକ୍ରମ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଲାଗି ଏକ ଗଣଆନ୍ଦୋଳନରେ ପରିଣତ ହୋଇଛି । ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କଲ୍ୟାଣ ପାଇଁ ଏହାର ସାମଗ୍ରିକ ଆଭିମୁଖ୍ୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଆଗ୍ରହ ସୃଷ୍ଟି କରିଛି, ଫଳରେ ଏହି ଦିବସ ଏକ ଜାଗତିକ କାର୍ଯ୍ୟକ୍ରମରେ ପରିଣତ ହୋଛି । ଉଭୟ ଭାରତ ଓ ବିଦେଶରେ ଯୋଗର ବାର୍ତ୍ତା ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବା କ୍ଷେତ୍ରରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ତେଣୁ ଏହି ପ୍ରାଚୀନ ଅଭ୍ୟାସ ଓ ଏହାର ସଂଖ୍ୟାଧିକ ଲାଭର ପ୍ରଚାର ପ୍ରସାର ଲାଗି ଗଣମାଧ୍ୟମର ବ୍ୟାପକ ଶକ୍ତି ଓ ଉତ୍ତରଦାୟିତ୍ୱକୁ ମାନ୍ୟତା ଦେବା ଗୁରୁତ୍ୱପୂର୍ଣ୍ଣ । ଏୱାଇଡିଏମ୍‌ଏସ୍‌ ସୁପାରିସ ଓ ମାର୍ଗଦର୍ଶିକା ନିରପେକ୍ଷ ବିଚାରକ ମଣ୍ଡଳୀ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଏହି ସମ୍ମାନରେ ଏକ ସ୍ୱତନ୍ତ୍ର ପଦକ / ଫଳକ / ଟ୍ରଫି ଓ ମାନପତ୍ର ପ୍ରଦାନ କରାଯିବ । ଏହି ପୁରସ୍କାର ପାଇଁ ଛାପା ଗଣମାଧ୍ୟମ, ରେଡିଓ ଓ ଟିଭି କ୍ଷେତ୍ରରେ ସମ୍ପୃକ୍ତ ରହିଥିବା ସମସ୍ତ ଗଣମାଧ୍ୟମ ସଂସ୍ଥା / କମ୍ପାନୀ ଆବେଦନ କରିପାରିବେ । ମାର୍ଗଦର୍ଶିକା ଅନୁଯାୟୀ, ଛାପା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସେମାନଙ୍କର ନାମାଙ୍କନର ବିବରଣୀ ନିର୍ଦ୍ଧାରିତ ଫର୍ମାଟରେ ପ୍ରକାଶିତ ହୋଇଥିବା ପ୍ରାସଙ୍ଗିକ ସ୍ତମ୍ଭ ଓ ଲେଖାର କ୍ଲିପିଂ ପଠାଇପାରିବେ । ବୈଦ୍ୟୁତିକ ଗଣମାଧ୍ୟମ ଗୁଡ଼ିକ ପ୍ରସାରଣ କରିଥିବା ଅଡିଓ ଭିଜୁଆଲ୍‌ ପଠାଇପାରିବେ । ଉପରୋକ୍ତ କାର୍ଯ୍ୟକ୍ରମ ଏବଂ ଲେଖା ୧୨ ଜୁନ୍ ୨୦୨୪ରୁ ୨୫ ଜୁନ୍ ୨୦୨୪ ମଧ୍ୟରେ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରଣ ହୋଇଥିବା ଆବଶ୍ୟକ । ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ ହେଉଛି ୮ ଜୁଲାଇ ୨୦୨୪ । ପତ୍ର ସୂଚନା କାର୍ଯ୍ୟାଳୟର ୱେବସାଇଟ୍ (https://pib.gov.in/indexd.aspx) ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବସାଇଟ (https://mib.gov.in/sites/default/files/AYDMS%20Guidelines%202024_0.pdf )ରେ ପୁରସ୍କାର ସଂକ୍ରାନ୍ତ ବିସ୍ତୃତ ମାର୍ଗଦର୍ଶିକା ଉପଲବ୍ଧ ।
ଏଓ୍ୱାଇଡିଏମ୍‌ଏସ୍‌ର ଦ୍ୱିତୀୟ ସଂସ୍କରଣ -୨୦୨୩
ଏହି ସମ୍ମାନର ପ୍ରଥମ ସଂସ୍କରଣ ୭ ଜାନୁଆରୀ ୨୦୨୦ରେ ପ୍ରଦାନ କରାଯାଇଥିଲା । ସମ୍ମାନର ଦ୍ୱିତୀୟ ସଂସ୍କରଣ ବର୍ତ୍ତମାନ ସୁଦ୍ଧା ଦିଆଯାଇନାହିଁ । ଗତବର୍ଷ ଏୱାଇଡିଏମଏସର ବିଜେତା (ଦ୍ୱିତୀୟ ସଂସ୍କରଣ)ଙ୍କୁ ମଧ୍ୟ ଚଳିତ ବର୍ଷର ଏୱାଇଡିଏମ୍‌ଏସ୍‌ ବିଜେତା (ତୃତୀୟ ସଂସ୍କରଣ) ସହିତ ସମ୍ମାନିତ କରାଯିବ ।

Leave A Reply

Your email address will not be published.