csstore

ଡ. ଶ୍ରୀକର ମିଶ୍ର ପାଇବେ ପାର୍ବତୀ ଗିରି ସେବା ସମ୍ମାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ସମାରୋହ ପାଳନ କରିବାକୁ ସଭାପତି କେଶବ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପୂଜ୍ୟପୂଜା ସେବା ସଂଗଠନର ଉନବିଂଶତମ ପ୍ରତିଷ୍ଠା ଓ ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ସମାରୋହରେ ଶିକ୍ଷା, ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ସମର୍ପିତ ସାରଥି ଡ. ଶ୍ରୀକର ମିଶ୍ରଙ୍କୁ ମର୍ଯ୍ୟାଦା ମଣ୍ଡିତ ପାର୍ବତୀ ଗିରି ସେବା ସମ୍ମାନ ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ୟ ୧୬ ଜଣ କୃତି ସନ୍ତାନଙ୍କୁ ମଧ୍ୟ ସମ୍ମାନିତ କରାଯିବା ପାଇଁ ସ୍ଥିର କରାଯାଇଛି । ଉକ୍ତ ସଭାରେ ଉପଦେଷ୍ଟା ଜଗଦାନନ୍ଦ ଛୁରିଆ, କପିଳ ପତି, ବିିବେକାନନ୍ଦ ମିଶ୍ର, ଧର୍ମବ୍ରତ ରଥଙ୍କ ସହ ଅରୁଣ ଖୁଆସ, ଦୁର୍ଗା ସାହୁ, ଚୁଡେନ୍ଦ୍ର କୁମାର ବେହେରା, ସିତାଂଶୁ ନାୟକ, ପ୍ରେମଚାନ୍ଦ ମହାନ୍ତି, ହୃଷୀକେଶ ପୁରୋହିତ, ପ୍ରଦୀପ ପଶାୟତ, ଧିରେନ୍ଦ୍ର ନାରାୟଣ ସିଂଦେଓ, ମଧୁ ସାହୁ, ରତ୍ନମୟ ତ୍ରିପାଠୀ, କସ୍ତୁରୀ ରଥ ଓ ମଦନ ମୋହନ ରଥ ଉପସ୍ଥିତ ଥିଲେ । ଶେଷରେ ସଂପାଦକ ସୁନାଧର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.