pakka

ଶ୍ରୀରାମ ନବମୀ ପାଳନ ନେଇ ମହୋତ୍ସବ କମିଟିର ଖବରଦାତା ସମ୍ମିଳନୀ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ମାର୍ଚ୍ଚ ୩୦ ତାରିଖ ଶ୍ରୀରାମ ନବମୀ ପାଳନ ନେଇ ମହୋତ୍ସବ କମିଟି ଦ୍ୱାରା ରବିବାର ଦିନ ହରିଭବନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ଧୁମ୍‌ଧାମ୍‌ରେ ପାଳନ କରାଯାଇ ନ ଥିବାରୁ ଚଳିତ ବର୍ଷ ମହାଆଡମ୍ବରରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏପରିକି ନବମୀ ଦିନ ସ୍ଥାନୀୟ ଶ୍ରୀରାମ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ କୋରାପୁଟର ଢେମ୍‌ସା, ବଲାଙ୍ଗିରର ଢୋଲ, ମାନ୍ଦଲା ଗାଁର ଶ୍ରୀରାମଙ୍କ ଝାଙ୍କି ସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସଜ୍ଜିତ ଶ୍ରୀରାମ, ଲକ୍ଷ୍ମଣ, ହନୁମାନ ବେଶରେ ବାହାରି ନଗର ପରିକ୍ରମା କରାଯିବା ସହ ଶ୍ରୀରାମ ମନ୍ଦିର ପରିସରରେ ଶ୍ରୀରାମ ପାରାୟଣ ଅନୁଷ୍ଠିତ ହେବାର ସୂଚନା ଦିଆଯାଇଛି । ଶୋଭାଯାତ୍ରା ଶ୍ରୀରାମ ମନ୍ଦିରରୁ ବାହାରି ଇନ୍ଦିରା ଛକ, ଝରବାହାଲିଆ ଛକ, ମାତା ମନ୍ଦିର, ଜଗନ୍ନାଥ ମନ୍ଦିର, ମେନ ରୋଡ, ଥାନା, ଅଗ୍ରସେନ ଛକ ଦେଇ ପୁଣି ଶ୍ରୀରାମ ମନ୍ଦିରରେ ପହଞ୍ଚିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଖବରଦାତା ସମ୍ମିଳନୀରେ ମହୋତ୍ସବ କମିଟିର ସଭାପତି ଅଶୋକ ଛାପଡିଆ, ଉପସଭାପତି ପ୍ରେମ କିଶୋର ପଣ୍ଡା, ସଂପାଦକ ଚିନ୍ମୟ କୁମାର ଯୋଷୀ, ସହ ସଂପାଦକ ପ୍ରଦୀପ ବାଗ, ଯୁଗ୍ମ କୋଷାଧ୍ୟକ୍ଷ ନିଶିକାନ୍ତ ମହାପାତ୍ର ସାମିଲ ଥିଲେ । ଏହି ଖବରଦାତା ସମ୍ମିଳନୀର କଂଟାବାଂଜିର ସମସ୍ତ ବିଦ୍ୟୁତ୍‌ ଗଣମାଧ୍ୟମ ଏବଂ ଛାପା ଗଣମାଧ୍ୟମର ସମସ୍ତ ପ୍ରତିନିଧି ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

seventeen + nine =