jsm

ବିଜେପୁର ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ : ୧୮ ଜଣ ଶିକ୍ଷକ ସମ୍ବର୍ଦ୍ଧିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଶିକ୍ଷକ ଭବନରେ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । କର୍ମମୟ ଜୀବନରୁ ଅବସର ନେଇଥିବା ପ୍ରେମରାଜ ପଧାନ, ଫଗୁ ଲୁହା, ଅଭିରାମ ବାରିକ, ଗଙ୍ଗାଧର ପଧାନ, ସ୍ବାଧୀନ କୁମାର ସାହୁ, ପ୍ରତିମା ଗୁରୁ, ଗୋପୀନାଥ ପଧାନ, ଉଦ୍ଧବ ପଟେଲ, ଶୁଭକେଶୀ ନାଏକ, କସ୍ତୁରୀ ନାଗ, ସୁବାସ ପଧାନ, ପ୍ରଫୁଲ୍ଲ କୁମାର ଦାଶ, କବିତା ବିଶ୍ବାଳ, ସୌକିଲାଲ ସାହୁ, ଲାଲ ସାହେବ ବଗର୍ତୀ ପ୍ରମୁଖ ୧୮ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଭାଗବତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନିନୀ ଭୋଇ ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । କୋଭିଡ ପରବର୍ତ୍ତୀ ପରିସ୍ଥିତିରେ ବିଦ୍ୟାଳୟ ପରିଚାଳନା ଶୀର୍ଷକ ଉପରେ ବିଶଦ ଆଲୋଚନା ହୋଇଥିଲା । ପ୍ରେମରାଜ ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭୂତି ଭୂଷଣ ସାହୁ ସମାରୋହକୁ ସଂଯୋଜନା କରିଥିଲେ । ପ୍ରଶାନ୍ତ ପଣ୍ଡା, ନବୀନ କୁମାର ସାହୁ, ସୀତାରାମ ଦୀପ, ପ୍ରଭାତ ମୋହନ ମିଶ୍ର, ରାଜେଶ ସାହୁ, ସୌମ୍ୟରଂଜନ ପଧାନ, ଦୁର୍ବାଦଳ ବଡଗୋଛିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୁମନ୍ତ କୁମାର ଗଡତିୟା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.