ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀସ୍ତରୀୟ ସକ୍ରିୟ କର୍ମୀ ସମ୍ବିଳନୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁତଲାଠାରେ ଏକ ସକ୍ରିୟ କର୍ମୀ ସମ୍ବିଳନୀ ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଯୋଗଦାନ କରି ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଭାଇ ଭାଇ ଯାହାଫଳରେ ଲୋକମାନଙ୍କୁ ଉଭୟ ସରକାର ଭୂଆଁ ବୁଲାଇ ଶୋଷଣ କରୁଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ ମଜଭୁତ କରିବା ପାଇଁ କର୍ମୀମାନଙ୍କୁ ସମ୍ବୋଧନ କରିଥିଲେ । ଏଥିରେ ନିର୍ବାଚନ କଂଗ୍ରେସ ୯ରୁ ୯୦ ହେବ ବୋଲି ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ଯଜେ୍ଞଶ୍ଵର ବାବୁ, ସୋନପୁର ପୂର୍ବତନ ବିଧାୟକ ବିନୋଦ ପାତ୍ର, ପିପିସି ସଦସ୍ୟ ବିଧୁଭୂଷଣ ତ୍ରିପାଠୀ, ସୁମନ ବେହେରା, ଡମ୍ବରୁଧର ଛତ୍ରିଆ ଓ ଟିଟିଲାଗଡ଼ ପୂର୍ବତନ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି ବିଜେଡି ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଉକ୍ତ ସଭାକୁ କଂଗ୍ରେସ ସଭାପତି ଗୁଣସାଗର ମାଝୀ ସଭାପତିତ୍ୱ କରିଥିବା ବେଳେ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସୁବ୍ରତ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ବୈଠକରେ ବିଜେଡି ଦଳ କର୍ମୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.