୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା ଜାରି ରହିଛି । ବିଜୁଳି ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷା ଲାଗି ରହିଛି । କିଛି ଦିନ ହେଲା ଖରା ହେଉଥିବା ବେଳେ ଖରାକୁ ଠେଲି ବର୍ଷା ପଶି ଆସିଛି । ରାଜ୍ୟ ତମାମ ବର୍ଷା ହେଉଛି । ତାପମାତ୍ରା ଏତେ ଖସିଛି ଯେ, ବାତାବରଣ ପୂରା ଥଣ୍ଡା । କାଳବୈଶାଖୀ ପ୍ରଭାବରେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ବେଳେ ଦିନ ତମାମ ଏଭଳି ସ୍ଥିତି ଲାଗି ରହିପାରେ । ଅନ୍ୟପଟେ ବୁଧବାର ଦିନ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ପୁରୀର ଗୋଟିଏ ଦୁୂଇଟି ସ୍ଥାନରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ବର୍ଷା ପବନ ସାଙ୍ଗକୁ ଘଡ଼ଘଡ଼ି ମଧ୍ୟ ମାରିବ । ଭାରୀ ବର୍ଷା ଓ ବଜ୍ରପାତ ଆଶଙ୍କା ନେଇ ୮ ଜିଲ୍ଲାକୁ ଅରେଞ୍ଜ ୱାଣ୍ଡିଂ ଜାରି ହୋଇଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା ରହିଛି ।

Leave A Reply

Your email address will not be published.

2 × 5 =