ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ପରିସରରେ ରହିଛି ବଲାଙ୍ଗିର ଜିଲ୍ଲା ଦୁଗ୍ଧ ଶୀତଳୀକରଣ କେନ୍ଦ୍ର । ଏଠାକୁ ପ୍ରତ୍ୟହ ଚାଷୀମାନେ କ୍ଷୀର ଦେବାକୁ ଯିବା ଆସିବା କରୁଥିବା ବେଳେ କ୍ଷୀର ପରିବହନ ପାଇଁ ମଧ୍ୟ ଗୁଡ଼ାଏ ଯାନବାହାନ ଚଳାଚଳ ହୋଇଥାଏ । ମୁଖ୍ୟରାସ୍ତାରୁ ଏହି କେନ୍ଦ୍ରକୁ ଯିବା ପାଇଁ ରହିଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଏଥିପାଇଁ ଏଠାକୁ ଯିବା ଆସିବା କରୁଥିବା ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପାଖରେ ଦାବୀ କରିଛନ୍ତି ।

Leave A Reply

Your email address will not be published.

eighteen + seventeen =