୧୫ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବ ପଡ଼ିବ । ଏହାର ପ୍ରଭାବରେ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୧୫ ତାରିଖରେ କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ଥିବାବେଳେ ୧୬ ଓ ୧୭ ତାରିଖରେ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ଯୋଗୁଁ ଦିନରେ ତାପମାତ୍ରା ହ୍ରାସ ପାଇ ୨ରୁ ୩ ଡିଗ୍ରୀ କମିବ । ପଶ୍ଚିମାଝଡର ଅଧିକ ପ୍ରଭାବ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପଡ଼ିବ । ଏହି ପଶ୍ଚିମାଝଡ଼ ଯୋଗୁ କାଳବୈଶାଖୀ ହେବାର ମଧ୍ୟ ସମ୍ଭାବନା ରହିଛି । ଅନେକ ସ୍ଥାନରେ ବର୍ଷା ସହ ପବନର ବେଗ ମଧ୍ୟ ୪୦ରୁ ୫୦କିଲୋମିଟର ପର୍ଯ୍ୟନ୍ତ ହେବାକୁ ନେଇ ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.

11 − seven =