ନିମ୍ନ ମାନର କାମ ଯୋଗୁଁ ଭୁଶୁଡ଼ିଲା ପମ୍ପ ଘର : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡ଼ଭା ପଂଚାୟତର ହରିଡାଟାଲ ଗାଁରେ ବସୁଧା ଯୋଜନାରେ ନିର୍ମାଣାଧୀନ ପାଣି ଟାଙ୍କିର ପମ୍ପ ଘର ଭୁଶୁଡ଼ି ପଡ଼ିଥିବା ଜଣାପଡିଛି । ବିନା ସୂଚନା ଫଳକରେ ଅତି ନିମ୍ନମାନର କାମ କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସମ୍ୱନ୍ଧରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଡ୍ରଇଂ ହିସାବରେ କାମ ହୋଇ ନଥିବା ଯୋଗୁଁ ଭଙ୍ଗା ଯାଇଥିବା କହିଛନ୍ତି । ତେବେ ଛାତ ପର୍ଯ୍ୟନ୍ତ କାମ ବିନା ଅଧିକାରୀଙ୍କ ଅନୁମତିରେ କେମିତି ହେଲା ତାହା ଲୋକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ନିମ୍ନମାନର କାମ ଯୋଗୁଁ ଭାଙ୍ଗିଛି କିନ୍ତୁ ଜନସାଧାରଣଙ୍କୁ ଭୁଆଁ ବୁଲେଇବା ପାଇଁ ଏମିତି କହୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ସାମ୍‌ନାକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି ।

Leave A Reply

Your email address will not be published.

3 × three =