pakka

ଓଲଟିଲା ଯାତ୍ରୀବାହୀ ବସ୍ : ୩ ଗୁରୁତର, ଅଳ୍ପକେ ବର୍ତ୍ତିଲେ ଚାଳକ

ନାକଟିଦେଉଳ : ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଗୋଧିଢିପ କିସିଣ୍ଡା ରାସ୍ତାର ବଳମ ଶିଶୁ ମନ୍ଦିର ନିକଟସ୍ଥ ବୁଲାଣିଠାରେ ସୋମବାର ସକାଳ ଭୋର ସାଢେ ୫ଟା ବେଳେ ଏକ ଯାତ୍ରୀବାହୀ ବସ୍ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ଓଲଟି ପଡିବାରୁ ବସରେ ଥିବା ୩ ଜଣ ଯାତ୍ରୀଙ୍କ ସମେତ ଚାଳକ ଗୁରୁତର ହୋଇଥିବା ସୂଚନା ରହିଛି ।

ତେବେ ଗୁରୁତର ହୋଇଥିବା ୩ଜଣ ଯାତ୍ରୀ କିସିଣ୍ଡା ଥାନା ଅନ୍ତର୍ଗତ ପାଣିଗ୍ରାହୀପାଲି ଗ୍ରାମର ବର୍ଷା କଂସରିଆ (୨୦) ଜୟନ୍ତୀ କଂସରିଆ ( ୩୫)ଏବଂ ଲକ୍ଷ୍ମୀ କଂସରିଆ (୧୪) ବୋଲି ଜଣା ପଡିଛି ।

ସୂଚନା ଅନୁସାରେ ଓଡି୨୮ବି୧୧୮୮ ନମ୍ବର ବିଶିଷ୍ଟ ଶିବଶଙ୍କର ନାମକ ଏକ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରରୁ କିସିଣ୍ଡା ଫେରୁଥିବା ବେଳେ ବଳମ ଶିଶୁମନ୍ଦିର ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ତଳକୁ ଖସି ଓଲଟି ପଡିଥିଲା । ଦୁର୍ଘଟଣା ଜାଣି ସ୍ଥାନୀୟ କିଛି ଲୋକ ଗାଡିରେ ଥିବା ଯାତ୍ରୀ ୩ଜଣ ସମେତ ଚାଳକ ଓ ହେଲପରଙ୍କୁ ଉଦ୍ଧାର କରିଥିଲେ । ତା’ପରେ ଗୁରୁଥିବା ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ନାକଟିଦେଉଳ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ନାବାଳିକା ଲକ୍ଷ୍ମୀ କଂସରିଆର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାକୁ ରେଢାଖୋଲ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ କିସିଣ୍ଡା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

nine + 13 =