ଗଞ୍ଜେଇ ଭର୍ତ୍ତି କାର୍‌ ଜବତ, ୧ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବକାରୀ ଗୁଇନ୍ଦା ବିଭାଗ ସୋମବାର ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଥିବା ସୂଚନା ମିଳିଛି । ଗଞ୍ଜେଇ ଚାଲାଣକାରୀ ଯୁବକଙ୍କୁ ମାମଲା ନମ୍ବର ୧୦୨୬/୨୨-୨୩ ରେ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ବିହାର ପାଟଣାର ଧର୍ମେନ୍ଦ୍ର ପ୍ରଧାନ(୩୨) । ଜେରା ବେଳେ ସେ ଉକ୍ତ ଗଞ୍ଜେଇ ଗଜପତିରୁ ଆଣି ବ୍ରହ୍ମପୁର ଦେଇ ବିହାର ଚାଲାଣ କରିଥାନ୍ତେ ବୋଲି ଜଣାପଡିଛି । ଏନେଇ ଅବକାରୀ ଡେପୁଟି ସୁପେରିଟେଣ୍ଡେଣ୍ଟ କୁବେର ସେଠୀ ସୂଚନା ଦେଇଛନ୍ତି । ମଙ୍ଗଳବାର ଧର୍ମେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି । ଜବତ ଗଞ୍ଜେଇ ଓ କାର୍‌ର ମୂଲ୍ୟ ୧୭ଲକ୍ଷ ଟଙ୍କା ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ଘଟଣାରୁ ପ୍ରକାଶ ଯେ, ମୋହନାରୁ ଗଞ୍ଜେଇ ବେଆଇନ ଭାବେ ବ୍ରହ୍ମପୁର ଦେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା । ଡେପୁଟି ସୁପରିଟେଣ୍ଡେଣ୍ଟ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ସୋମବାର ଆସିକା କଲେଜ ଛକ ନିକଟରେ ଯାନବାହନ ଚେକିଂ କରୁଥିଲା । ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ କାର ନମ୍ବର ଡବ୍ଲ୍ୟୁବି ୦୬ଡ଼ି ୩୯୧୦କୁ ଅଟକାଇ ଚେକିଂ କରାଯାଇଥିଲା । ଉକ୍ତ ଗାଡ଼ିରେ ଗଞ୍ଜେଇ ଥିବା ଜଣାପଡିଥିଲା । ଯାଞ୍ଚ ବେଳେ ସେଥିରୁ ୭୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଅବକାରୀ ଟିମ୍‌ ଗଞ୍ଜେଇ ଜବତ କରିବା ସହ ଚାଲାଣକାରୀ ଯୁବକଙ୍କୁ କାବୁ କରିଥିଲା । ଉକ୍ତ ଚଢ଼ାଉରେ ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ, କନେଷ୍ଟେବଲ ବସନ୍ତ ବାରିକ, ପ୍ରବୀର ସାମଲ, ବଳରାମ ସୱାଇଁ, କେଦାରନାଥ ନାୟକ, ବିଶ୍ୱନାଥ ପେଣ୍ଠି ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

eighteen + 19 =