csstore

ଚେତାବନୀ ସାହିତ୍ୟ ସଂସଦ ଦ୍ଵାରା ବିରଞ୍ଚି ଦାଶ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ସଂସଦ ‘ଚେତାବନୀ’ କେସିଙ୍ଗାର ୩୫ତମ ପୁଷ୍‌ପୁନୀ ଭେଟ୍‌ଘାଟ୍‌ ସରକାରୀ ଉଚ୍ଚ ବିଦ୍ୟାଳୟ କେସିଙ୍ଗାର ମୁକ୍ତ ମଞ୍ଚରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । କେନ୍ଦ୍ରୀୟ ସଭାପତି ଡ. ପ୍ରଦ୍ୟୁମ୍ନ କେଶରୀ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାହିତ୍ୟିକ ରାସବିହାରୀ ବେହେରା ମୁଖ୍ୟ ଅତିଥି, ଡ. ହୃଷିକେଶ ମଲ୍ଲିକ, ସଭାପତି ଓଡିଶା ସାହିତ୍ୟ ଏକାଡେମୀ ବିଶିଷ୍ଟ ଅତିଥି, ଡ. ଅପର୍ଣ୍ଣା ମହାନ୍ତି, କବି ରାଜୀବ ପାଣି ଉପସ୍ଥିତ ଥିଲେ । ଏହି ଅବସରରେ ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶଙ୍କୁ କବି ପାର୍ଥ ବିଶି କିଶୋର ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି, ଶ୍ରୀ ଦାଶ ଦୁଇ ଦଶନ୍ଧି ଧରି ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର କରିବା ସହିତ ଲେଖନୀ ଚାଳନା କରି ଆସୁଛନ୍ତି । ତାଙ୍କୁ ସମ୍ବର୍ଦ୍ଧନା ମିଳିଥିବାରୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।

jayashree
Leave A Reply

Your email address will not be published.