csstore

ସିନେକାର୍ନିଭାଲ କର୍ତ୍ତୃପକ୍ଷଙ୍କୁ ସମ୍ୱର୍ଦ୍ଧିତ କଲେ ଭିଏଚ୍‌ପି ନେତା

ରାଉରକେଲା, (ସସ୍ମିତା ପ୍ରଧାନ) : ଅନେକ ଅରାଷ୍ଟ୍ରୀୟ ତତ୍ତ୍ୱଙ୍କ ଚାପ ସତ୍ତ୍ୱେ କାଶ୍ମୀର ପଣ୍ଡିତଙ୍କ ପ୍ରତି ହୋଇଥିବା ବର୍ବରୋଚିତ ଅତ୍ୟାଚାରକୁ ନେଇ ନିର୍ମାଣ ହୋଇଥିବା ନିର୍ଦେଶକ ବିବେକ ଅଗ୍ନିହୋତ୍ରିଙ୍କ ସିନେମା “ଦି କାଶ୍ମୀର ଫାଇଲସ”କୁ ପ୍ରଦର୍ଶିତ କରି କାଶ୍ମୀର ପଣ୍ଡିତଙ୍କ ସ୍ୱରକୁ ଶାଣିତ କରିବା ଦିଗରେ ସହଭାଗୀ ହୋଇଥିବା ରାଉରକେଲା ଷ୍ଟେସନ ସମୁଖସ୍ଥ ସିନେକାର୍ନିଭାଲର କର୍ତ୍ତୃପକ୍ଷ ରିଙ୍କୁ ସାମଲଙ୍କୁ ଆଜି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ୱର୍ଦ୍ଧିତ କରିଥିବା ବେଳେ ତାଙ୍କ ସାହସ ଓ କର୍ତ୍ତବ୍ୟନିଷ୍ଠାକୁ ଭୁୟସୀ ପ୍ରଶଂସା କରିଛନ୍ତି । ତା’ସହିତ ଅରାଷ୍ଟ୍ରୀୟ ତତ୍ତ୍ୱଙ୍କ ଚାପ ଯୋଗୁଁ ସାରା ଜିଲ୍ଲାର କୌଣସି ସିନେମା ହଲ କର୍ତ୍ତୃପକ୍ଷ ଏହି ସିନେମାକୁ ପ୍ରଦର୍ଶିତ କରିବାକୁ ସାହସ କରିନଥିବା ବେଳେ ରିଙ୍କୁ ବାବୁଙ୍କ ଏଭଳି ମହତ ପ୍ରୟାସ ନିଶ୍ଚିତ ଭାବରେ ପ୍ରଶଂସନୀୟ ବୋଲି ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ କୁସୁମ ଗଣମାଧ୍ୟମକୁ କହିଛନ୍ତି ଯେ, ଆପଣା ଦେଶରେ ଦୀର୍ଘ ୩୨ ବର୍ଷ ଧରି ଶରଣାର୍ଥୀ ଭାବେ ଅତ୍ୟନ୍ତ ଅଭିଶପ୍ତ ଜୀବନ ଅତିବାହିତ କରୁଥିବା କାଶ୍ମୀର ପଣ୍ଡିତଙ୍କ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ କରିବା ପ୍ରତ୍ୟେକ ଭାରତୀୟଙ୍କ ନୈତିକ କର୍ତ୍ତବ୍ୟ ଅଟେ । ତେଣୁ “ଦି କାଶ୍ମୀର ଫାଇଲସ” କେବଳ ଏକ ସିନେମା ନୁହେଁ ବରଂ ଏହା ଲକ୍ଷ ଲକ୍ଷ ନିର୍ଯ୍ୟାତିତ ଓ ନିରାଶ୍ରୟଙ୍କ ଅକୁହା କଥା ଅଟେ । ତେଣୁ ପ୍ରତ୍ୟେକ ନାଗରିକ ଏଇ ସିନେମାକୁ ଦେଖି କାଶ୍ମୀର ପଣ୍ଡିତଙ୍କ ବ୍ୟଥା ଓ ବେଦନାକୁ ଶୁଣିବା ନିମିତ୍ତ ଆଗଭର ହେବା ଉଚିତ୍‌ ବୋଲି ଭିଏଚ୍‌ପି ନେତା ଶ୍ରୀ କୁସୁମ ପ୍ରକାଶ କରିଥିବା ବେଳେ ଉକ୍ତ ସିନେମାକୁ ସପରିବାର ଦେଖିବାକୁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ଶ୍ରୀ କୁସୁମଙ୍କ ସହିତ ସାମାଜିକ କାର୍ଯ୍ୟକର୍ତ୍ତା ସମାଜ ପତି ରାୟ, ଶୁଭମ ମହାପାତ୍ର ଏବଂ ଚନ୍ଦନ ସାମନ୍ତସିଂହାର ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.