jayashree

ଜ୍ୟୋତି ବିକାଶ ମହାବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍ ଭଇଁଶା ଜ୍ୟୋତି ବିକାଶ ମହାବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ ଦୃତୀୟ ବର୍ଷ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ସମର୍ଦ୍ଧନା । ପ୍ରଥମ ବର୍ଷ ଦ୍ୱିତୀୟ ବର୍ଷ ଓ ତୃତୀୟ ବର୍ଷର ୩୦୦ଜଣ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ । ଏଥିରେ କଲେଜର ଅଧ୍ୟାପିକା ଅଧ୍ୟାପକ ମଧ୍ୟ ଯୋଗ ଦେଇଥିଲେ । ପ୍ରିନ୍ସିପାଲ ଶ୍ରୀମତୀ ଲୀନା ପ୍ରିୟଦର୍ଶିନୀ ଛାତ୍ରଛାତ୍ରୀକୁ ଭଲ ଭାବେ ନିଜ ରାସ୍ତା କେମିତି ଗଢିବେ ସେ ଭଳି ରାସ୍ତା ଦେଖାଇଥିଲେ । କଲେଜର ଛାତ୍ରଛାତ୍ରୀ ସଙ୍ଗୀତ, ନୃତ୍ୟ ପ୍ରଦର୍ସନ କରିଥିଲେ । ଛାତ୍ରଛାତ୍ରୀ ସମ୍ବଲପୁରୀ ‘ଓଡ଼ିଆ’ ଗୀତ ନୃତ୍ୟ ଦେଖାଇଥିଲେ । ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଅତ୍ୟନ୍ତ ଆନନ୍ଦ ମନରେ ଉପଭୋଗ କରିଥିଲେ ।

Leave A Reply

Your email address will not be published.