pakka

ଆର୍‌ଡିସିଙ୍କୁ ସମର୍ଦ୍ଧନା

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ଆଜି ବରଗଡ଼ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟଠାରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଲାଇଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆର୍‌ଡିସି ଶ୍ରୀ ଦଲାଇ ଯୋଗଦେଇ କଳାକାରମାନଙ୍କୁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ସମସ୍ତ ପ୍ରକାର ସୁବିଧାରୁ ବଞ୍ଚିତ କରାଯିବ ନାହିଁ ବୋଲି କହିଥିଲେ । ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ତାଙ୍କୁ ସଂଘ ମୋମେଣ୍ଟୋ ସହ ଉପଢ଼ୌକନ ଦେଇ ସମର୍ଦ୍ଧିତ କରିଥିଲେ । ମହାସଂଘର ଅଧକ୍ଷ ଚୈତନ୍ୟ ପାଇକ, ଉପାଧ୍ୟକ୍ଷ ଭୁବନେଶ୍ୱର ପଧାନ, ଶଙ୍କର ପଟ୍ଟନାୟକ, ଅଶ୍ୱିନୀ କୁମାର ପଣ୍ଡା, ପ୍ରଭାସ ମହଲା ଆଦି ଅନେକ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

13 + 10 =