pakka

ମଣ୍ଡିରୁ ସମସ୍ତ ଧାନ ତ୍ୱରିତ ଉଠାନ୍ତୁ ସରକାର : ଆପ୍

bbehera
  • ମିଲ୍‌ ପରିଦର୍ଶନ କରନ୍ତୁ ଜିଲ୍ଲାପାଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ମନ୍ଥର ଗତିରେ ଚାଲିଥିବା ବେଳେ ଶୀଘ୍ର ଧାନ ଉଠେଇବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ମଙ୍ଗଳବାର ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରି ଟୋକାନ ଅବଧି ସରିବା ପୂର୍ବରୁ ମଣ୍ଡିରେ ପଡିଥିବା ସମସ୍ତ ଧାନ କିଣିବାକୁ ଆପ୍‌ର ଜିଲ୍ଳା ଆବାହକ ଭବାନୀ ସାହୁ କହିଛନ୍ତି । ସେହିପରି ମିଲର୍ସଙ୍କ ମର୍ଜିରେ ମଣ୍ଡିରୁ ଧାନ ଉଠୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ମଣ୍ଡିକୁ ଆସୁଥିବା ସମସ୍ତ ଧାନକୁ ଏଣ୍ଟ୍ରି କରିବା, କ୍ୱାଲିଟି କଟ ବନ୍ଦ କରିବା ଓ ଜିଲ୍ଳାପାଳ ନିଜେ ମିଲ୍‌ ପରିଦର୍ଶନ କଲେ ଧାନ କିଣା ବିକାରେ ସ୍ୱଚ୍ଛତା ଆସିପାରିବ ବୋଲି ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ମରିୟମ ବାର୍ଳା, ରାଜ୍ୟ ଯୁବ ସଂପାଦକ ପୌଲସ୍ତ୍ୟ ସାହା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

15 + fifteen =