
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜି-ସାର୍ଥକରେ ରଜ-କୁଇନ୍-୨୦୨୬ ଉପହାରରେ ଟପ୍ ଦ୍ୱାଦଶ ସ୍ଥାନରେ ଚୟନ ହୋଇ ପୁରସ୍କୃତ ହୋଇଥିବା ମିସ୍ ସ୍ନେହା ବେହେରାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ଛତ୍ରପୁରର ରୟାଲ ଡେନ୍ସ ଏକାଡେମୀ ପକ୍ଷରୁ ସୋମବାର ସନ୍ଧ୍ୟାରେ ଆୟୋଜିତ ଏକ ଭବ୍ୟ-ସମାରୋହରେ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ଆକାଶବାଣୀ ସଂଯୋଜକ ଅରୁଣ କୁମାର ଶତପଥୀ, ୟୁଥ୍ ମାସ୍ ସେବା ସଂଘର ସାଧାରଣ ସମ୍ପାଦକ ସୟେଦ ମୁକ୍ତାର, ମଞ୍ଚ ଅଭିନୟକାରୀ ରାମେଶ୍ୱର ପଣ୍ଡା, କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟକ୍ତା ତଥା ରୟାଲ ଡେନ୍ସ ଏକାଡେମୀର ମୁଖ୍ୟ ନିର୍ଦ୍ଦେଶକ ଟି. ସୁରେଶ, ଓଡ଼ିଶୀ ନୃତ୍ୟଗୁରୁ ମଧୁସ୍ମିତା ପଟ୍ଟନାୟକ, ଲୋକକଳା ପରମ୍ପରାର ଉଦ୍ୟକ୍ତା ପ୍ରଶାନ୍ତ କୁମାର ପଟ୍ଟନାୟକ, ଲୋକକଳା ଗୁରୁ ସମୀର କୁମାର ବେହେରା, ଲୋକକଳା ବାଦ୍ୟ କଳାକାର ମୁନା ବେହେରା ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥିଙ୍କ ଯୋଗଦାନରେ ମିସ୍ ସ୍ନେହାଙ୍କୁ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଦିଆଯାଇଛି ।

