csstore

ସରକାରୀ ମହାବିଦ୍ୟାଳୟ ଠାରେ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ସୁରେନ୍ଦ୍ର ଘିଭେଲାଙ୍କୁ ନେଇ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଛି । ଦୀର୍ଘ ୩୮ ବର୍ଷ ଧରି ସେ ରାତ୍ର ଜଗୁଆଳି ଭାବେ ନିଜର କର୍ମମୟ ଜୀବନ ଏହି ମହାବିଦ୍ୟାଳୟରେ ଦେଇ ଥିବାରୁ ସମସ୍ତ କର୍ମଚାରୀ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । ଅଧ୍ୟକ୍ଷ ପ୍ରଫେସର୍ ଘନଶ୍ୟାମ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠତ ଏହି ସଭାରେ ଘିଭେଲାଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ ସହ ଅବଶିଷ୍ଟ ଜୀବନ ସୁଖ ଓ ଆନନ୍ଦମୟ ହେଉ ବୋଲି କାମନା କରିଥିଲେ । ସହକାରୀ ପ୍ରଫେସର ଡ. କୌତୁକ ପନ୍ଦର ମାନପତ୍ର ପାଠ କରିଥିଲେ । ଅଧ୍ୟାପକ ହୃଷୀକେଶ ଦାସ, ଡ. ଅଶୋକ କୁମାର ମହାରଣା ଓ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀମାନେ ସୁରେନ୍ଦ୍ରଙ୍କ ସହ ବିତିଥିବା କଥାଗୁଡ଼ିକୁ ମନେ ପକାଇଥିଲେ । ଡ. ଅଶୋକ କୁମାର ମହାରଣା ଧନ୍ୟବାଦ୍ ଦେଇଥିବା ବେଳେ, ସହକାରୀ ପ୍ରଫେସର୍ ପୀତବାସ ଭୋଇ, ଡ. ଅମୃତ ସିଂ ବରିହା, ବନ୍ଦନା ବାର୍, ଡ. ରମଣୀ ନାଏକ, ଡ. ମଧୁସ୍ମିତା ମିଶ୍ର, ସରୋଜ ସାହୁ, ଦିବ୍ୟା ମହାନ୍ତି, ପୁରୁଷୋତ୍ତମ କିସାନ୍, ବିଶ୍ୱଭୂଷଣ ବିଶ୍ଵାଳ, କମଳାକାନ୍ତ କରାଳି, ଆଶୀର୍ବାଦ ସାହୁ, ମଚିନ୍ ସାହୁ, ସ୍ୱୟଂପ୍ରଭା ମହାପାତ୍ର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.