csstore

ରାଜବୋରାସମ୍ବର ସମିତି ସଂଘ ପକ୍ଷରୁ ଭାର ପ୍ରାପ୍ତ ବିଡ଼ିଓ ଦେବାଶିଷ ସିହ୍ନାଙ୍କୁ ସ୍ୱାଗତ ସୌଜନ୍ୟ ସାକ୍ଷାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ରାଜବୋରାସମ୍ବର ବ୍ଲକର ସମିତି ସଭ୍ୟ ସଂଘ ପକ୍ଷରୁ ସଭାପତି ଠାକୁର ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷ ରଣଜିତ ସିଂ ବରିହା, ବ୍ଲକ ଉପାଧ୍ୟକ୍ଷ ସଂଯୁକ୍ତା ଚାନ୍ଦଙ୍କ ସହ ରାଜବୋରାସମ୍ବର ବ୍ଲକର ସମସ୍ତ ସମିତି ସଭ୍ୟସଭ୍ୟା ନୂତନ ଭାବରେ ଯୋଗଦାନ କରିଥିବା ଭାରପ୍ରାପ୍ତ ବିଡ଼ିଓ ଦେବାଶିଷ ସିହ୍ନାଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ଓ ସ୍ୱାଗତ ଜଣାଇଥିଲେ । ସମସ୍ତ ସରକାରୀ କାର୍ଯ୍ୟରେ ସହଯୋଗ କରିବା ସହ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କିପରି ଭାବରେ ହୋଇପାରିବ ଓ ଲୋକମାନେ କିପରି ସରକାରୀ ସୁବିଧାରୁ ଯେପରି ବଞ୍ଚିତ ନହେବେ ସେନେଇ ବିଡ଼ିଓ ସିହ୍ନାଙ୍କୁ ଅନୁରୋଧ କରିଥିଲେ । ଭାରପ୍ରାପ୍ତ ବିଡ଼ିଓ ମଧ୍ୟ ସମସ୍ତ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

jayashree
Leave A Reply

Your email address will not be published.