csstore

ଟିଟିଲାଗଡ଼ ଦେବନ୍ଧ ପଡ଼ାର ଝିଅ ବେବି ନାଏକଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲା ଟିଟିଲାଗଡ଼ ଅଗ୍ରୱାଲ ସଭା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ବି ମାନବିକତା ବଞ୍ଚିଛି । ମଣିଷ ପଣିଆ ଭାଇଚାରାର ଉଦାହରଣ ସୃଷ୍ଟି କରିଛି ଟିଟିଲାଗଡ଼ ଅଗ୍ରୱାଲ ସଭା । ଟିଟିଲାଗଡ଼ ଦେବନ୍ଧ ପଡ଼ାର ୧୩ ନମ୍ୱର ୱାର୍ଡ଼ ନିବାସୀ ପୌର ପରିଷଦର ଠିକା ସଫେଇ କର୍ମଚାରୀ ଚନ୍ଦନ ନାଏକ ଓ ମମତା ନାଏକଙ୍କ ଝିଅ ବେବି ନାଏକ ବୋନ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି । ବିଶାଖାପାଟଣା ଆପୋଲୋ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଚିକିତ୍ସା ଚାଲିଥିବା, ଟଙ୍କା ସରି ଯିବାରୁ ବେବି ଟିଟିଲାଗଡ଼କୁ ଫେରି ଆସିଛନ୍ତି । ଆପୋଲୋରେ ଚିକିତ୍ସା କଲେ ଆଉ ୩ ଲକ୍ଷ ଟଙ୍କାରେ ଚିକିତ୍ସା ହୋଇଯିବ ଆଉ ଗୋଡ କଟା ଯିବନି ବୋଲି ଡ଼ାକ୍ତର କହୁଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଥିଲେ । ଏହି ଅସୁବିଧାର ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସାହାଯ୍ୟ ଲୋଡିଛନ୍ତି ବେବିଙ୍କ ପରିବାର ବର୍ଗ । ଏ ସମ୍ବନ୍ଧରେ କୋଶଳ ପ୍ରବାହରେ ଖବର ପ୍ରସାରଣ ପରେ ଟିଟିଲାଗଡ଼ ଅଗ୍ରୱାଲ ସଭାର ସଭାପତି ପ୍ରେମଚାନ୍ଦ ଜୈନ ଆମ ପ୍ରତିନିଧି ସଞ୍ଜୟ କୁମାର ନାୟକଙ୍କୁ ଯୋଗାଯୋଗ କରି ମଙ୍ଗଳବାର ସକାଳେ ତାଙ୍କ ସମାଜର ସତ୍ୟନାରାୟଣ ଗୁପ୍ତା, ରାଜେଶ ଅଗ୍ରୱାଲ, ରମେଶ କନୋଡିଆ, ମନସା ରାମ ଅଗ୍ରୱାଲ, ସତ୍ୟ ଅଗ୍ରୱାଲ, ବିନୋଦ ମାରୋଡିଆ ପ୍ରମୁଖ ବେବିଙ୍କ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ପରିବାରବର୍ଗଙ୍କୁ ଆଶ୍ୱାସନା ତଥା ଯଥା ସମ୍ଭବ ସାହାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତା’ସହିତ ଅନ୍ୟାନ୍ୟ ବଡ଼ ବଡ଼ ହସ୍ପିଟାଲ ସଙ୍ଗେ ଫୋନ ଯୋଗେ କଥା ମଧ୍ୟ ହୋଇଥିବା ଖବର ମିଳିଛି । ସଭାପତି ଶ୍ରୀ ପ୍ରେମ ଜୈନ ଯେମିତି ବି ହେଉ ବେବିଙ୍କ ଚିକିତ୍ସା କରାଇବା ବୋଲି କହିଥିଲେ । ଏହା ସହିତ ସହରର ବିଭିନ୍ନ ସଂଗଠନ, ସମାଜସେବୀଙ୍କ ଦୃଷ୍ଟି ଆକର୍ଷଣ କରାଇ ସହଯୋଗର ହାତ ବଢ଼ାଇବେ ବୋଲି କହିଥିଲେ । ତେବେ ବେବିଙ୍କ ଚିକିତ୍ସା ପାଇଁ ପ୍ରଥମେ ଅଗ୍ରୱାଲ ସଭା ସହାୟତାର ହାତ ବଢ଼ାଇଛି ।

jayashree
Leave A Reply

Your email address will not be published.