csstore

ଖୁଟୁଲୁମୁଣ୍ଡାରେ କପିଲାଭଟା ପଂଚାୟତ ପକ୍ଷରୁ ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକଙ୍କୁ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ନିକଟସ୍ଥ ଖୁଟୁଲୁମୁଣ୍ଡା ଗାଁ ଠାରେ ଆଜି ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତ ପକ୍ଷରୁ ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କପିଲାଭଟା ଗାଁର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜୀ ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସଙ୍କ ନେତୃତ୍ୱରେ କପିଲାଭଟା ପଂଚାୟତର ସରପଞ୍ଚଞ୍ଚଙ୍କ ପ୍ରତିନିଧି ତେଜରାଜ ଭୋଇ, ସମିତି ସଭ୍ୟ କେଦାର ଭୋଇ, ନାଏବ ସରପଂଚ ଝସକେତନ ସାହୁ, ପରମେଶ୍ୱର ମହାନନ୍ଦ, ସ୍ୱେଚ୍ଛାସେବୀ ଧର୍ମେନ୍ଦ୍ର ଦାସ, ତରଣୀ ନାଗ, ଶୁଭାକର ନାଗ ପ୍ରମୁଖ ସାମିଲ ହୋଇଥିଲେ । ତାଳଭଟା ଗାଁରୁ ବରତୁଣ୍ଡା ଭାୟା ମାଲପଡା ଗାଁ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ, କପିଲାଭଟା ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟଳୟକୁ ଶୀଘ୍ର ସମ୍ପୂର୍ଣ୍ଣ, ଅଶୁର୍ଲା – ତୁକୁଲା ରାସ୍ତାରେ ଥିବା ଅଇଁରୀ ନଦୀରେ ସେତୁ ନିର୍ମାଣ, କଲ୍ୟାଣ ମଣ୍ଡପ, ମିନି ଷ୍ଟାଡିୟମ, ଗିରିଗୋବର୍ଦ୍ଧନ ମନ୍ଦିରର ଉନ୍ନତି କରଣ କରିବା ପାଇଁ ବିଧାୟକଙ୍କ ସହ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଶ୍ରୀ ବାଗ ପ୍ରତିଶୃତି ଦେଇଥିଲେ ।

jayashree
Leave A Reply

Your email address will not be published.