ସୁଦର୍ଶନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

  • ସମ୍ମାନ ସ୍ୱରୂପ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବାକୁ ଘୋଷଣା
  • ରଥଯାତ୍ରା ଠାରୁ ବାହୁଡା ମଧ୍ୟରେ ସୁଦର୍ଶନ ବାବୁ ଋଷିଆରେ ସମ୍ମାନିତ ହେବା ଏକ କଳାତ୍ମକ ସଂଯୋଗ, ଓଡ଼ିଆ ଅସ୍ମିତାକୁ ସୁଦର୍ଶନ ବାବୁ ବିଶ୍ୱ ସ୍ତରକୁ ନେଇଛନ୍ତି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନ୍‌ସିପ୍‌ରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜି ଭୁବନେଶ୍ଵରରେ ପହଞ୍ଚିଛନ୍ତି । ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଦ୍ମଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହିତ ସମ୍ମାନ ସ୍ୱରୂପ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରଥଯାତ୍ରା ଠାରୁ ବାହୁଡା ମଧ୍ୟରେ ଋଷିଆରେ ନିଜର ପ୍ରତିଭା ଦ୍ୱାରା ସମ୍ମାନିତ ହେବା ଏକ କଳାତ୍ମକ ସଂଯୋଗ । ସେ କହିଛନ୍ତି ଯେ, ସୁଦର୍ଶନ ବାବୁ ନନ୍ଦିଘୋଷ ରଥକୁ ଋଷିଆରେ ପ୍ରଦର୍ଶିତ କରି ଓଡ଼ିଆ ଅସ୍ମିତାକୁ ବିଶ୍ଵ ସ୍ତରକୁ ନେଇ ପାରିଛନ୍ତି ।

Leave A Reply

Your email address will not be published.