pakka

ଇଣ୍ଡିଆନ ଆଇଡଲ ଗୋଲ୍‌ଡେନ୍‌ ଟିକେଟ ବିଜେତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କଲା ଜିଲ୍ଲା ପ୍ରଶାସନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ସ୍ତରର ସଙ୍ଗୀତ ପ୍ରତିଯୋଗିତା ଇଣ୍ଡିଆନ ଆଇଡଲରେ ଗୋଲ୍ଡେନ ଟିକେଟ୍‌ ବିଜେତା ଅଜୟ ଅମର ସିଂହଦେଓଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଜୟ ଅମର ସିଂହଦେଓଙ୍କୁ ପୁଷ୍ପଗୁଛ ତଥା ଉତ୍ତରୀୟ ଦେଇ ଜିଲ୍ଲାପାଳ ଚଞ୍ଚଲ ରାଣା ନିଜ ଅଫିସରେ ସମ୍ବର୍ଦ୍ଧନା ଜଣାଇଛନ୍ତି । ବଲାଙ୍ଗିରର ଯୁବକ ଅଜୟ ଅମର ସିଂହଦେଓ ଏକ ଘରୋଇ ଚ୍ୟାନେଲର ସଂଗୀତ ପ୍ରତିଯୋଗିତାରେ ଭାଗ ନେଇ ନିଜ ସଙ୍ଗୀତ ମାଧ୍ୟମରେ ସମସ୍ତଙ୍କ ମନ ଜିଣିଛନ୍ତି । ଆଗକୁ ଥିଏଟର ସ୍ତରର ପ୍ରତିଯୋଗିତା ବାକିଥିବା ବେଳେ ତାଙ୍କ ଭଲ ପ୍ରଦର୍ଶନକୁ ନେଇ ସମସ୍ତେ ଆଶାବାଦୀ ଏବଂ ଗର୍ବିତ ବୋଲି ଜିଲ୍ଲାପାଳ ଜଣାଇଥିଲେ । ସେ ଜିଲ୍ଲାର ଆଗାମୀ ପିଢି ପାଇଁ ନିଶ୍ଚିତ ପ୍ରେରଣା ଏବଂ ପ୍ରତିଯୋଗିତାରେ ଆଗକୁ ଆହୁରି ଭଲ କରି ଜିଲ୍ଲାର ଟେକ ରଖନ୍ତୁ ବୋଲି ଜିଲ୍ଲାପାଳ କହିଥିଲେ । ତାଙ୍କ ଏହି ଯାତ୍ରାରେ ନିଜ ବାପାଙ୍କୁ ଗୁରୁ କରି ଅଜୟ ଅମର ସିଂହଦେଓ ସଂଗୀତରେ ପାରଙ୍ଗମ ହୋଇଛନ୍ତି । ନିଜ ପ୍ରତିଭା ଯୋଗୁଁ ସେ ଅଳ୍ପ ବୟସରେ ଅନେକ ପୁରସ୍କାର ଏବଂ ସମ୍ମାନର ଅଧିକାରୀ ହୋଇଛନ୍ତି । ସେ ତେଲିଗୋଠପଡା ନିବାସୀ ସଙ୍ଗୀତ ଗୁରୁ ଦିଲ୍ଲୀପ ସିଂହଦେଓଙ୍କ ପୁଅ । ସେ ଏହି ସଙ୍ଗୀତ ପ୍ରତିଯୋଗିତାର ପ୍ରାଥମିକ ସ୍ଥରରେ ଲକ୍ଷାଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ଥିଏଟର ସ୍ତରକୁ ଉନ୍ନିତ ହୋଇଛନ୍ତି । ସେ ବଲାଙ୍ଗିରରେ ସ୍କୁଲ ଓ କଲେଜ ଶିକ୍ଷା ଗ୍ରହଣ କଲା ପରେ ସମ୍ପ୍ରତି ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରେ ପରଫର୍ମିଙ୍ଗ ଆର୍ଟ ଭାଓଲିନରେ ମାଷ୍ଟର ଡିଗ୍ରୀ ପାଠ ପଢୁଛନ୍ତି । ସେ ଶାସ୍ତ୍ରୀୟ ସଙ୍ଗୀତରେ ଖୁବ ପାରଙ୍ଗମ । ଏହି ପ୍ରତିଯୋଗିତାରେ ତାଙ୍କର ସଙ୍ଗୀତ ଦ୍ଵାରା ସମସ୍ତଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ତାଙ୍କ ପିତା ଦିଲ୍ଲୀପ ସିଂହଦେଓ, ମାତା ଶ୍ରୀମତୀ ନଲିନୀ ସିଂ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

five × one =

error: Content is protected !!