csstore

କଣ୍ଟାବାଞ୍ଜି ବନାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବନବିଭାଗ ପକ୍ଷରୁ ବନ ସୁରକ୍ଷା ସମିତି ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବନାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବନ ବିଭାଗ ପକ୍ଷରୁ ବନ ସୁରକ୍ଷା ସମିତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ବନାଧିକାରୀ ଶ୍ରଦ୍ଧାଦେବ ବଡମାଲିଙ୍କ ସଭାପତିତ୍ୱରେ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାସ ସଭା ପରିଚାଳନା କରିଥିଲେ । ଶ୍ରୀ ଦାସ କଣ୍ଟାବାଞ୍ଜି ବନ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ସଚେତନତା ସୃଷ୍ଟି ଓ ସ୍ୱାବଲମ୍ବୀ କରିବା ପାଇଁ ବନ ସୁରକ୍ଷା ସମିତିମାନଙ୍କୁ ଜଙ୍ଗଲର ସୁରକ୍ଷା, ବନାଗ୍ନିର ସୁରକ୍ଷା, ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ବୋଲି ସୁନ୍ଦର ଭାବରେ ବୁଝାଇ କହିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଅଧ୍ୟାପକ ସଞ୍ଜୟ କୁମାର ମିଶ୍ର ଯୋଗ ଦେଇଥିଲେ । ସଦା ସର୍ବଦା ଜଙ୍ଗଲର ସୁରକ୍ଷା କରିବା ସହିତ ବୃକ୍ଷ ରୋପଣ, ବନାଗ୍ନି ରୋକିବା ବିଷୟ ନେଇ ବୁଝାଇ କହିଥିଲେ । ସାତଗୋଟି ବନ ସୁରକ୍ଷା ସମିତି ଯଥା ତୁରେକେଲା, ଢୋଲମାନ୍ଦଲ, ସାଲେପଡା, ମାନ୍ଦଳା, ସମରସିଂ, ଲର୍କି, ତେତେଲଖୁଣ୍ଟି ଆଦିଙ୍କୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ କରକମଳରୁ ପ୍ରମାଣ ପତ୍ର, ଖଲି ଦନା ତିଆରି ମେସିନ, ସିଲେଇ ମେସିନ ଏବଂ ଚୌଉକି ପ୍ରଦାନ କରିଥିଲେ । ଏହି ବନ ବିଭାଗ ସମ୍ବର୍ଦ୍ଧନା ସଭାରେ ସମସ୍ତ ବନ କର୍ମଚାରୀ ବୃନ୍ଦ, ପ୍ରକୃତି ପ୍ରେମି ବୃନ୍ଦ, ସ୍ୱୟଂ ସହାୟକ ଗୋଷ୍ଠୀ ବୃନ୍ଦ, ବନ ସୁରକ୍ଷା ସମିତିର ସଭ୍ୟସଭ୍ୟା ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.