csstore

ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ବୁଧକୁସୁମି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପରିଡ଼ା ୨୧ ବର୍ଷ ଶିକ୍ଷକତା ପରେ ସରକାରଙ୍କ ନିୟମ ଅନୁସାରେ ଆଜି ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଆଜି ରବିବାର ଛୁଟିଦିନ ରହିଥିବାରୁ ଏକ୍ସକେଡର ସଂଘର ବାଲେଶ୍ୱର ଜିଲ୍ଲା ସାଂଗଠନିକ ସଂପାଦକ ତଥା କଣ୍ଟାବଣି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବଶଙ୍କର ମହାପାତ୍ର ଏବଂ ଶିକ୍ଷକ ଦିବାକର ଧଳ ପ୍ରମୁଖ ଶ୍ରୀ ପରିଡ଼ାଙ୍କ ମନ୍ଦାରୁଣି ସ୍ଥିତ ବାସଭବନରେ ଉପସ୍ଥିତ ହୋଇ ପୁଷ୍ପଗୁଚ୍ଛ ସହିତ ଉତ୍ତରୀୟ ସାଙ୍ଗକୁ ମିଠା ଖୁଆଇ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ କରିଛନ୍ତି । ଏହାସହିତ ଶ୍ରୀ ପରିଡ଼ାଙ୍କ ବାକି ଜୀବନର ଚଲାପଥ କୁସୁମିତ ହେବା ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

jayashree
Leave A Reply

Your email address will not be published.