ଓଷ୍ଟା ବଲାଙ୍ଗିର ତରଫରୁ ଶିକ୍ଷାମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଡାକ ବଙ୍ଗଲା ବଲାଙ୍ଗିରରେ ପହଂଚିବା ପରେ ପରେ ଜିଲ୍ଲାପାଳ ତଥା ବିଭିନ୍ନ ଶିକ୍ଷା ବିଭାଗର ଅଧିକାରୀ, ଓଷ୍ଟା ବଲାଙ୍ଗିର ଶାଖା ପ୍ରାଥମିକ ଶିକ୍ଷକ ସଂଘଠନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓଷ୍ଟା ତରଫରୁ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଉପଦେଷ୍ଟା ସୁଧାଂଶୁ ବାବୁ, ଜିଲ୍ଲା ସଂପାଦକ କୁଶଧ୍ୱଜ ସାହୁ, ତାରାକାନ୍ତ ମିଶ୍ର, ସଂଜୀବ ହୋତା, ପୂର୍ଣ୍ଣଚନ୍ଦ୍ର ମେହେର ଓ ଅନ୍ୟାନ୍ୟ ଶିକ୍ଷକ ଗହଣରେ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଗଲା ଓ ଏକ ସୌହାର୍ଦ୍ଦ୍ୟମୂଳକ ଆଲୋଚନା ଅନୁଷ୍ଠିତ ହୋଇଥିଲା । କରୋନା ଯୋଗୁଁ ଓଡିଶାର ଆର୍ଥିକ ମାନଦଣ୍ଡ ଦୁର୍ବଳ ପରିପ୍ରେକ୍ଷୀରେ ବୋର୍ଡ ପରୀକ୍ଷା ଫି’ ଛାଡ ପାଇଁ ଅନୁରୋଧ କରିବାରୁ ଏ ସଂକ୍ରାନ୍ତୀୟ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ବିଭାଗ ତରଫରୁ ପଠାଯାଇଥିବା ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀଙ୍କ ପାଠ ପଢା ଚାପକୁ ହ୍ରାସ ପାଇଁ ସପ୍ତାହରେ ରବିବାରକୁ ଛୁଟି କରିବା ପାଇଁ ପ୍ରସ୍ତାବ ଆଣିବାରୁ ରୋକଠୋକ୍‌ ମନା କରିଥିଲେ । ବରଂ ଛାତ୍ରଛାତ୍ରୀ ଅଭିଭାବକ ତଥା ଶିକ୍ଷକ ସ୍ୱାଗତ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ପଦୋନ୍ନତି ପାଇଥିବା ପ୍ରଧାନ ଶିକ୍ଷକଙ୍କ ଥଇଥାନ ଅନ୍‌ ଲାଇନ ଆବେଦନ କଲେ ଶୀଘ୍ର ଅନୁମୋଦନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ନୁତନ ପୂର୍ଣ୍ଣ ଅନୁଦାନ ଉଚ୍ଚ ବିଦ୍ୟାଳୟ କର୍ମ·ରୀମାନଙ୍କ ବିଭିନ୍ନ ଦାବୀର ତର୍ଜମା କରାଯାଇ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.

6 + one =

error: Content is protected !!