pakka

ରାକ୍ସିମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟର ଜମି ଜବର ଦଖଲ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାକ୍ସିମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟର ବିଦ୍ୟାଳୟ ପରିଚାଳନା ସମିତି ତଥା ମୋ ସ୍କୁଲ ଅଭିଯାନ ସମ୍ପର୍କରେ ହରିହର ଥନାପତିଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପାଣିଗ୍ରାହୀଙ୍କ ଆହ୍ୱାନରେ ଏକ ବୈଠକ ବସିଥିଲା । ଏହି ବୈଠକରେ ମୋ ସ୍କୁଲ ଅଭିଯାନକୁ ସଫଳ କରିବା ପାଇଁ ପୁରାତନ ଛାତ୍ର ମାନଙ୍କର ତାଲିକା ପ୍ରସ୍ତୁତ ତଥା ବିଦ୍ୟାଳୟର ଉନ୍ନତି କଳ୍ପେ ପାଣ୍ଠି ସଂଗ୍ରହ ତଥା ଆଲୋଚିତ ହୋଇଥିଲା । ବିଶେଷ କରି ପ୍ରଧାନ ଶିକ୍ଷକଙ୍କ କହିବା ମୁତାବକ ବିଦ୍ୟାଳୟର ଖେଳ ପଡିଆର ପଶ୍ଚିମ ପ୍ରାନ୍ତରେ ପ୍ଲଟ ନଂ.୬୫ ଏ.୦.୦୪ଡି ଉପରେ ଜନୈକ ଡମ୍ବରୁଧର ପୁଟେଲ ନାମକ ବ୍ୟକ୍ତି ଅନୁଚିତ ଭାବରେ ଏକ ସ୍ଥାୟୀ କୋଠା ନିର୍ମାଣ କରୁଥିବାରୁ ଅଭିଯୋଗ ଆଣିଲେ । ଏହି ସଂକ୍ରାନ୍ତରେ ଅନୁଚିତ ଗୃହ ନିର୍ମାଣ ବନ୍ଦ ପାଇଁ ପୁଇଁନ୍ତଲା ଥାନା ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରାଯାଇଛି ବୋଲି ପ୍ରକାଶ କରିଥିଲେ । ତାର ଅବିକଳ ନକଲ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପୁଇଁନ୍ତଲା ତହସିଲଦାରଙ୍କୁ ମଧ୍ୟ ଦିଆଯାଇଛି କିନ୍ତୁ ଉଦବେଗର କଥା ହେଲା ଯେ ଏ ପର୍ଯ୍ୟନ୍ତ ଅନୁଚିତ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇନାହିଁ । ଏଣୁ ସଭାରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା । ଏପରିକି ସଭାସ୍ଥଳରୁ ତହସିଲଦାରଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା । ନିକଟ ଭବିଷ୍ୟତରେ ରାଜସ୍ୱ ନିରୀକ୍ଷକଙ୍କ ମାଧ୍ୟମରେ ଜମିର ମାପ ପୋଲିସ ଉପସ୍ଥିତିରେ କରିବା ପାଇଁ ତହସିଲଦାର ମତ ପୋଷଣ କରିଥିଲେ । ଏହି ସଭାରେ ସର୍ବଶ୍ରୀ ନୃପରାଜ ବାବୁ, ସୁଧାଂଶୁ ବାବୁ, ବିଭୁଦତ୍ତ ମିଶ୍ର, ମନୋରଞ୍ଜନ ତ୍ରିପାଠୀ, ରାମ ପ୍ରସାଦ ତ୍ରିପାଠୀ, ରାମ ପ୍ରସାଦ ସେଠ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରି ଓ ଶିକ୍ଷା କର୍ମ·ରୀ ଏହିପରି ସମ୍ବେଦନଶୀଳ ପ୍ରସଙ୍ଗର ଆଶୁ ସମାଧାନ ପାଇଁ ପ୍ରଶାସନର ନଜରକୁ ଆଣି ସମାଧାନ କରାଯାଉ ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା ।

jay balangir
Leave A Reply

Your email address will not be published.

2 × 3 =