csstore

ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମଲାଡ ପଂଚାୟତର କୁଶପଲ୍ଲୀ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଛାତ୍ର ନେତା ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ପଂଚମ ଥର ପାଇଁ ଛାତ୍ର ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ଜିଲ୍ଲା ସଭାପତି ଶ୍ରୀ ପଣ୍ଡା ବିଜେଡି ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ସମସ୍ତ ଦଳୀୟ ନେତୃ ମଣ୍ଡଳୀମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଅର୍ପଣ କରିଛନ୍ତି । ଲିଙ୍ଗରାଜ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଛାତ୍ର ବିଜେଡିର ଜିଲ୍ଲା ସମ୍ପାଦକ କେ. ନାଗେଶ୍ୱର ରାଓ, ପୂର୍ବତନ ସମିତିସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଂଚ ପ୍ରଭାତ ସେଠୀ, ଗଞ୍ଜାମ ବ୍ଲକ ଛାତ୍ର ସଭାପତି ଯୋଗେନ୍ଦ୍ର ରେଡ୍ଡୀ, ଛାତ୍ର ନେତା ବାଦଲ କୁମାର ପ୍ରଧାନ, ରବି ମହାପାତ୍ର, ସାଗର, ଡି. ବିକାଶ, ଡି. ରାଜେନ୍ଦ୍ରଙ୍କ ସମେତ ବିଜୁ ଛାତ୍ର ଜନତା ଦଳର ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଏକ ବାଇକ ଶୋଭାଯାତ୍ରାରେ ଛାତ୍ର ବିଜେଡିର ଜିଲ୍ଲା ସଭାପତି ଶ୍ରୀ ପଣ୍ଡାଙ୍କୁ ପାଛୋଟି ନେବା ପରେ କୁଶପଲ୍ଲୀ କଲ୍ୟାଣ ମଣ୍ଡପଠାରେ ତାଙ୍କୁ ପୁଷ୍ପଗୁଚ୍ଛ ସହିତ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.