p purohi

ବରଗଡ଼-ନୂଆପଡା ନୂତନ ରେଲୱେ ଲାଇନ ଅନୁମୋଦନ ପାଇଥିବାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମ୍ୱର୍ଦ୍ଧନା

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନ ସାଧାରଣଙ୍କ ବହୁ ଦିନର ଆଶା ଆକାଂକ୍ଷା ଓ ଦାବୀ ପ୍ରତି ନରେନ୍ଦ୍ର ମୋଦୀଙ୍କ ସରକାର ମୋହର ମାରି ବରଗଡରୁ ନୂଆପଡା ପର୍ୟ୍ୟନ୍ତ ଏକ ନୂତନ ରେଲୱେ ଲାଇନକୁ ଅନୁମୋଦନ କରିଥିବାରୁ ନୂଆଦିଲ୍ଲୀ ରେଲୱେ ଭବନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପଦ୍ମପୁର ଓ ନୁଆପଡାବାସୀଙ୍କ ତରଫରୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ସମ୍ୱର୍ଦ୍ଧନା ଜ୍ଞାପନ କରା ଯାଇଛି । କଳାହାଣ୍ତି ସାଂସଦ ବସନ୍ତ ପଣ୍ତା, ବରଗଡ ସାଂସଦ ସୁରେଶ ପୂଜାରୀ, ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବିଜେପି ବରିଷ୍ଠ ନେତୃ ମଣ୍ତଳୀ ଗୋବର୍ଦ୍ଧନ ଅଗ୍ରୱାଲ, ପ୍ରୀତେଶ ବହିଦାର, ସରୋଜ ପାଣିଗ୍ରାହୀ, ସରୋଜ ସାମଲ, ମଦନ ମୋହନ ପଟେଲ, ଡା.ଲମ୍ବୋଦର ପଣ୍ତା, ଡା.ଶ୍ରୀକାନ୍ତ ପାଣିଗ୍ରାହୀ ପ୍ରମୁଖ ମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା ଦେବା ସହ ଅଞ୍ଚଳବାସୀଙ୍କ ତରଫରୁ ଧନ୍ୟବାଦ ଦେଇଥିଲେ । ତୁରନ୍ତ ଯେଭଳି ଏହି ପ୍ରକଳ୍ପର କାର୍ୟ୍ୟ ଆରମ୍ଭ ହେବ ସେଥିପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଉତ୍ତରରେ କହିଲେ, ବ୍ୟସ୍ତ ହୁଅନ୍ତୁ ନାହିଁ. ଏହା ମୋଦୀ ସରକାର । କ୍ଷୀପ୍ର ବେଗରେ କାର୍ୟ୍ୟ କରିବ, ମୁଁ ମୋର ଭୂମିକା ନିଭାଉଛି ।

nrusinghnath
Leave A Reply

Your email address will not be published.