p purohi

ଜାତୀୟ ଆନ୍ତର୍ଜାତୀୟ ମହିଳା ଫୁଟ୍‌ବଲ ଖେଳାଳିଙ୍କୁ ସମ୍ବର୍ଦ୍ଧନା

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ଷ୍ଟାଡିୟମଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ଜାତୀୟ ମହିଳା ଫୁଟ୍‌ବଲ ଖେଳାଳି ଅନିସା କୁମ୍ଭାର ଏବଂ ଆନ୍ତର୍ଜାତୀୟ ଫୁଟ୍‌ବଲ ଖେଳାଳି ନିକିତା ବିଶିଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ ସଭା ଆୟୋଜନ କରିଥିଲା । ସଭାନେତ୍ରୀ ସବିତା ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି, ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ସ୍ୱତନ୍ତ୍ର ଅତିଥି ବରିଷ୍ଠ ଆଇନଜୀବୀ ତଥା ଷ୍ଟାଡିୟମର ପ୍ରତିଷ୍ଠାତା ସଦସ୍ୟ ଦିଲିପ ବେହେରା ସମ୍ମାନିତ ଅତିଥି, କାଉନସିଲର ତଥା ସଭାପତି ଜିଲ୍ଲା କୁଲି ରାଜମିସ୍ତ୍ରୀ ସଂଘ ସଭାପତି ସମ୍ଭୁ ନାଗ, ସଂପାଦିକା ସୁଷମା ବଏ ଯୋଗଦାନ କରିଥିଲେ । ପ୍ରଥମ କରି ଫୁଟ୍‌ବଲରେ ପଶ୍ଚିମ ଓଡିଶାରୁ ଜଣେ ଦଳିତ ଏବଂ ଜଣେ ଆଦିବାସୀ ମହିଳା କୃତିତ୍ୱ ଲାଭ କରିଥିବାରୁ ଆମ ଅଂଚଳ ପାଇଁ ଗୌରବର କଥା ବୋଲି ମତ ପ୍ରକାଶ ପାଇଥିଲା । ଏହି ଦୁଇ ଖେଳାଳିଙ୍କ ଫୁଟ୍‌ବଲ କୋଚ ସ୍ୱଳ୍ପ ଦରମାରେ ଚାକିରି କରୁଥିଲେ ମଧ୍ୟ କିଭଳି ଭାବରେ ଖେଳାଳିଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରକୁ ପହଞ୍ଚାଇ ପାରୁଛନ୍ତି ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଶିକ୍ଷା ସହିତ ଖେଳର ଆବଶ୍ୟକତା ରହିଛି ବୋଲି କହିଥିଲେ । ସ୍ୱତନ୍ତ୍ର ଅତିଥି ଦୁଇ ଖେଳାଳିର କୃତିତ୍ୱରେ ଖୁସି ହେବା ସଙ୍ଗେ ସଙ୍ଗେ ଏହି ଖେଳାଳିମାନଙ୍କର ସମସ୍ତ ପ୍ରକାର ସୁବିଧା ଅସୁବିଧା ବୁଝିବାକୁ ପ୍ରତିଶୃତି ଦେଇଥିଲେ । ଆଗାମୀ ଦିନରେ ତାଙ୍କ ସହିତ ଯୋଗାଯୋଗ ରଖିବାକୁ ପରମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଦିଲିପ ବେହେରା ଫୁଟ୍‌ବଲ ଖେଳ ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ଶଙ୍କର ନନ୍ଦ, ହେମ ସୁନ୍ଦର ନାଗ, ତରଣିସେନ ଦୀପ ପରିଚାଳନା କରିଥିଲେ । ଏହି ଅବସରରେ ଶତାଧିକ ମହିଳା ଖେଳ ପ୍ରେମୀ ଯୋଗଦାନ କରିଥିଲେ ।

nrusinghnath
Leave A Reply

Your email address will not be published.