pakka

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲେରଗାଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରାଜ କିଶୋର ରଥଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ଚେୟାରମେନ ହିରାଲାଲ ରାଉତଙ୍କ ସଭାପତିତ୍ୱରେ ସଭାର ମୁଖ୍ୟ ଅତିଥି ପାଇକମାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି ବାରିକ, ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ଗ୍ରାମବାସୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଙ୍ଗୀତ, ନୃତ୍ୟ ଆଦି ପରିବେଷଣ କରି ସଭା କାର୍ଯ୍ୟକୁ ଆରମ୍ଭ କରିଥିଲେ । ବିଇଓ ଚୁଡାମଣି ବାରିକ ପ୍ରଧାନ ଶିକ୍ଷକ ରାଜ କିଶୋର ରଥଙ୍କୁ ତାଙ୍କତ ୩୭ ବର୍ଷ ଶିକ୍ଷକତାରେ ସଫଳ ଶିକ୍ଷକ ହୋଇଥିବାରୁ ଏକ ଆଦର୍ଶ ଶିକ୍ଷକ ଭାବେ ପ୍ରଶଂସା କରି ସମ୍ମାନୀତ କରିଥିଲେ । ପରେ ଗ୍ରାମବାସୀମାନେ ପ୍ରଧାନ ଶିକ୍ଷକ ରାଜ କିଶୋର ରଥଙ୍କୁ ସମଗ୍ର ଲେରଗାଁ ଗ୍ରାମ ପରିକ୍ରମା କରାଇ ବିଦାୟ ଦେଇଥିଲେ ।

Leave A Reply

Your email address will not be published.

four × 1 =