ସମ୍ବଲପୁରୀ ଲିପିର ପ୍ରଚାର ଓ ପ୍ରସାର ଦିଗରେ ଉଦ୍ୟମ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ସହରରୁ ଅନତି ଦୂରରେ ଥିବା ବୁବୁଡାରୁ କେଇବର୍ଷ ହେଲା କେତେକ ଉତ୍ସାହିତ କବି ମାନଙ୍କ ପ୍ରଚେଷ୍ଟାରେ ବାଟ୍ କଢ଼ୁଆଲ ନାମକ ଏକ କଳାପଟା ସୃଷ୍ଟି ହୋଇଥିଲା । ଗ୍ରାମର ଉଦୟମାନ ଯୁବକବି ସୁରେନ୍ଦ୍ର ମେହେର ମୁଖ୍ୟସଂପାଦକ ଥିବାବେଳେ ସଂପାଦକ ଅଛନ୍ତି ପୌଲସ୍ତ୍ୟ ସାହା । କୋଶଲି ଭାଷାକୁ ଆଗକୁ ପ୍ରସାର ଓ ପ୍ରଚାର କରିବା ସହ ନୂତନ ଭାବେ ପ୍ରକାଶିତ ସମ୍ବଲପୁରୀ ଲିପିର ଶିକ୍ଷାଦାନରେ ବର୍ତ୍ତମାନ ଏଇ ଦୁଇ ଯୁବ ପ୍ରତିଭା ଗାଁ ଗାଁକୁ ପହଂଚିବାରେ ଲାଗିଛନ୍ତି । ସମ୍ବଲପୁରୀ ଲିପି ଦେଖିବାକୁ କଠିନ ହେଲେ ମନ ଲଗାଇଲେ ତାହା ଖୁବ ସହଜ ବୋଲି ଦେଖେଇ ଦେଇଛନ୍ତି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସରସ୍ୱତୀ ଶିଶୁ ମନ୍ଦିର ଏକ ଛାତ୍ର ଧନଂଜୟ ମେହେର । ପିଲାର କହିବାନୁଯାୟୀ ମାତ୍ର ଦୁଇ ଘଣ୍ଟାରେ ଲିପି ଶିଖି ଯାଇଛି । ଏହା ସମସ୍ତଙ୍କ ପାଇଁ ସହଜ । ଯଦି ଇଚ୍ଛାଶକ୍ତି ଅଛି ତେବେ ମୋବାଇଲରୁ ପିଡିଏଫ୍ ଦେଖି ସମସ୍ତେ ଶିଖି ପାରିବେ ବୋଲି ଛାତ୍ରଟି କହନ୍ତି । ଏଭଳି ମହତ ଶିକ୍ଷାର ପ୍ରସାର ଓ ପ୍ରଚାରରେ ଆଗେଇ ନେଉଥିବା ଯୁବ ପ୍ରତିଭା ଦୁହିଁଙ୍କୁ ସମ୍ବଲପୁରୀରେ ପ୍ରକାଶିତ କଳାପଟାର ସମ୍ପାଦକ ନିରଂଜନ ତ୍ରିପାଠୀ ଧନ୍ୟବାଦ ଜଣାଇବା ସଂଗେସଂଗେ ଉତ୍ସାହିତ କରିଛନ୍ତି ।

Leave A Reply

Your email address will not be published.