ସମ୍ବଲପୁରରେ କାୟାବିସ୍ତାର କରୁଛି କରୋନା : ନୂଆଁଖାଇ ଦିନ ସଟ୍ ଡାଉନ୍ ହଟାଇବାକୁ ଆରଡିସିଙ୍କୁ ଦାବୀ

ସମ୍ବଲପୁର (ଦାମୋଦର ପଣ୍ଡା):ସମ୍ବଲପୁର ଜିଲ୍ଲାରେ ଗତ ଶୁକ୍ରବାର ୧୦୧ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ସଂଖ୍ୟା ୮୩୬ ରେ ପହଁଚିଛି । କେବଳ ସମ୍ବଲପୁର ମହାନଗର ଅଂଚଳରେ ସେହି ଦିନ ୯୬ ଜଣ ଚି଼ହ୍ନଟ ହୋଇ ମୋଟ ୭୦୯ ଜଣ ଆକ୍ରାନ୍ତ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ଅଗଷ୍ଟ ମାସସାରା ଶନିବାର ଓ ରବିବାର ସଟ ଡାଉନ ଘୋଷଣା କରାଯାଇଛି, ମାତ୍ର ଅଗଷ୍ଟ ୨୩ ତାରିଖ ପଶ୍ଚିମ ଓଡିଶାର ମହାନ ପର୍ବ ନୂଆଖାଇ ପଡୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ପଶ୍ଚିମ ଓଡିଶା ଏକତା ମଞ୍ଚ ତରଫରୁ ଆରଡିସିଙ୍କୁ ସଟ ଡାଉନ ଉଠେଇବା ପାଇଁ ଦାବି ପତ୍ର ଦିଆଯାଇଛି ।
ସମ୍ବଲପୁର ସ୍ଥିତି ସମ୍ଭାଳିବା ପାଇଁ ୫ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଓ ୮ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଅପରପକ୍ଷରେ ଜିଲ୍ଲାର ସମସ୍ତ ପିସିଆର ଭେନକୁ ସହରରେ ନିଯୁକ୍ତ କରାଯାଇ ବାର ଘଣ୍ଟିଆ ପେଟ୍ରୋଲିଙ୍ଗ ବ୍ୟବସ୍ଥା ଆରମ୍ଭ ହୋଇଛି ।
ଭିମସାର ବୁର୍ଲାରେ ୭୦ ଜଣ ଡାକ୍ତର ସଙ୍ଗରୋଧ କେନ୍ଦ୍ରରେ ଥିବାବେଳେ ଆଉ ତିନି ଜଣ ଡାକ୍ତର ପୋଜିଟିଭ ଚି଼ହ୍ନଟ ହୋଇଥିବାରୁ ମେଡ଼ିସିନ ବିଭାଗ ଓପିଡିକୁ ବନ୍ଦ ରଖାଯାଇଛି । ଫଳରେ ସ୍ୱାସ୍ଥ୍ୟ ସେବା ଗୁରୁତର ବ୍ୟାହତ ହେଉଛି । ଏଣେ ସମ୍ବଲପୁର ମୁଖ୍ୟ ଡାକ୍ତରଖାନାକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଛି, ଅଣକୋଭିଡ ରୋଗୀ ନାହିଁ ନ ଥିବା ଦୁର୍ଦଶା ଭୋଗୁଛନ୍ତି ।

Leave A Reply

Your email address will not be published.