csstore

ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ହୁଲେଶ୍ୱର ହଂସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସଦରଠାରେ ଥିବା ଡବ୍ଲୁଓଡିସି ପାଭିଲିଅନ କାର୍ଯ୍ୟାଳୟ ପରିସରରେ ୱେବ ମିଡିଆ ସାମ୍ବାଦିକ ସଂଘ ବଲାଙ୍ଗିର ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ-୨୦୨୪ରେ ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ ହୋଇଛନ୍ତି କଣ୍ଟାବାଞ୍ଜି ଅଞ୍ଚଳର ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ, ସମ୍ମାନିତ ଅତିଥି ଭାବେ ପାଟଣାଗଡ଼ ଅଞ୍ଚଳର ଯୁବନେତା ବଳରାମ ବଗର୍ତ୍ତି, ହଂସରାଜ ଜୈନ, ୱେବ ମିଡିଆ ସାମ୍ବାଦିକ ସଂଘର ସଭାପତି ଫିରୋଜ କୁମାର ସାହୁ, ସମ୍ପାଦକ ପ୍ରମୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବେଷ୍ଟ ରିପୋର୍ଟର ଆୱାର୍ଡରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ ଥିବା ଯୁବ ସାମ୍ବାଦିକ ହୁଲେଶ୍ୱର ହଂସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସୂଚନାଯୋଗ୍ୟ ଯେ, ଶ୍ରୀ ହଂସ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରୁଛନ୍ତି । ସାମ୍ବାଦିକଙ୍କୁ ଏହି ଭଳି ସମ୍ମାନ ଦେଇ ଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jayashree
Leave A Reply

Your email address will not be published.