csstore

ଚାଷୀମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଜିଲ୍ଲା କୃଷକ ସଂଘ ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଚାଷୀ ଏବଂ ଚାଷୀ ନେତାମାନଙ୍କୁ ନେଇ ବଲାଙ୍ଗିରରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲାରେ କୃଷି ଏବଂ କୃଷକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ଚାଷୀମାନେ ସରକାରଙ୍କ କୃଷି ମାରଣ ନୀତିକୁ ନେଇ ନିଜର ଉଦ୍‌ବେଗ ପ୍ରକାଶ କରିଥିଲେ । ବର୍ତ୍ତମାନ ସ୍ଥିତିରେ ଚାଷୀମାନେ ନାହିଁ ନ ଥିବା ହେଉଥିବା ଅସୁବିଧାର ନିରାକରଣ ପାଇଁ ଏକ କୃଷକ ସଂଘ ଜରୁରୀ ମନେ କରି ଚାଷୀ ଏବଂ ଚାଷୀ ପ୍ରତିନିଧିମାନେ ପ୍ରସ୍ତାବ ଦେଇଥିଲେ । ସର୍ବସମ୍ମତିକ୍ରମେ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରି ଜିଲ୍ଲା କୃଷକ ସଂଘ, ବଲାଙ୍ଗିର ନାମରେ ଏକ ଚାଷୀ ସଂଗଠନ ଗଠନ କରାଗଲା ଏବଂ ସର୍ବସମ୍ମତି କ୍ରମେ ସାନନ୍ଦ କୁମାର ମିଶ୍ରଙ୍କୁ ପ୍ରଥମ ଅଧ୍ୟକ୍ଷ ଭାବେ ମନୋନୀତ କରାଗଲା । ସେହିପରି ଉପ-ସଭାପତି ସୋମନାଥ ପଟେଲ, ସଂପାଦକ ସରୋଜ ରଥ, ସହ-ସଂପାଦକ ଶ୍ରୀଧର ବାରିକ, କୋଷାଧ୍ୟକ୍ଷ ସରୋଜ ପ୍ରଧାନ ରହିଥିବା ବେଳେ ଉପଦେଷ୍ଟା କମିଟିରେ ଆଇନଜୀବୀ ଉମାକାନ୍ତ ସାହୁ, ପ୍ରଦୀପ ପଣ୍ଡା, ରାମଜୀ ଚୌଧୁରୀ, ମନୀଷ ମିଶ୍ର, ସନ୍ତକ ବହିଦାର, ବୁଲୁ ଦାନି, ଅସୀତ ମିଶ୍ର, ଅଜୟ ବାଲି, ମନମୋହନ ପଟେଲ, ଦେବହରି ବାଗ, ସଂକିର୍ତ୍ତନ ବାଗ, କାନ୍ତେଶ୍ୱର ପଧାନ, ପ୍ରଫୁଲ୍ଲ ଦାଶ, ଅନନ୍ତ ଚୌହାନ, ରାଜ କିଶୋର ବାବୁ ପ୍ରମୁଖ ରହିଥିବା ବେଳେ କାର୍ଯ୍ୟକାରିଣୀ କମିଟିରେ ମନୋଜ ସାଏ, ସରୋଜ ଡାଙ୍ଗ, ସ୍ୱଦୀପ ପଟ୍ଟନାୟକ, ଜ୍ୟୋତିଷ ମୁଗ୍ରୀ, ହିମାଂଶୁ ନନ୍ଦ, ବଜରଙ୍ଗ ଅମାତ, ହରି ନନ୍ଦ, ମୟ ପ୍ରଧାନୀ, କିଶୋର ସିଂ ନିନା, ଅଜିତ ସାହୁ ପ୍ରମୁଖ ରହିଛନ୍ତି । ସେହିପରି ବ୍ଲକ ସଭାପତି ଭାବେ ପୁଇଁନ୍ତଲା ବ୍ଲକ ସଭାପତି ଲଳିତ ପଟେଲ, ସଦର ବ୍ଲକ ସୁନିଲ ପଟେଲ, ଦେଓଗାଁ ବ୍ଲକ ଭିକାରୀ ଚରଣ ପଧାନ, ଲୋଇସିଂହା ସାନ୍ତନୁ ସିଂ, ଆଗଲପୁର ବ୍ଲକ ସର୍ବେଶ୍ୱର ଗଡତ୍ୟା ରହିଥିବା ବେଳେ ଅବଶିଷ୍ଟ ବ୍ଲକ ସଭାପତିଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଖୁବ୍‌ ଶୀଘ୍ର ଘୋଷଣା କରାଯିବ ବୋଲି ସଂଘର ନବ ନିର୍ବାଚିତ ସଭାପତି ସାନନ୍ଦ ମିଶ୍ର ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ।

jayashree
Leave A Reply

Your email address will not be published.