csstore

ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ବିଦାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା ଓ ସନ୍ଥାପନ ଅଧିକାରୀ ଶୋଭାରାମ ଜାଲଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଗୋଷ୍ଠୀ ସାଧନ କେନ୍ଦ୍ର ସାଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କଳାହାଣ୍ଡି ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ଓ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ସାମ୍ନାନୀତ ଅତିଥି ଭାବରେ ମଂଚାସୀନ ଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ଖମାରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରମୋଦ କୁମାର ଠାକୁର ସମ୍ପାଦକ ଲଳିତ କୁମାର ନାଏକଙ୍କ ସମେତ ଗୋଷ୍ଠୀ ଶିକ୍ଷା ଅଧିକାରୀ କଳମପୁର ସୁଶ୍ରୀ ମଧୁସ୍ମିତା ନାଏକ କୋକସରା ମହେଶ ଭାଟି ଜୁନାଗଡ଼ ତପନ ମାଝୀ ଧର୍ମଗଡ଼ ପଙ୍କଜିନୀ ମାଝୀ ଉପସ୍ଥିତ ଥିବା ବେଳେ କଳାହାଣ୍ଡି ଜିଲ୍ଲାର ବହୁ ଶିକ୍ଷାବିତ ମାନ୍ୟଗଣ୍ୟ ବ୍ୟକ୍ତି ତଥା ବିଦାୟୀ ଅଧିକାରୀଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ । ଏହି ସମାରୋହଟିକୁ ବାର ଜଣ ସିଆରସିସି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.