ଜୟ ଓଡ଼ିଶା, ଇଣ୍ଡସଇଣ୍ଡ ବ୍ୟାଙ୍କ୍‌ ଓ କୋଭିଡ ଆକ୍ସନ କୋଲାବ୍‌ ଦ୍ୱାରା ରକ୍ତଦାନ ଭାନ ଏବଂ ସିଲେଇ ମେସିନ୍‌ ହସ୍ତାନ୍ତର ସମାରୋହ

ଯାଜପୁର, (କେପିଏନ୍‌ଏସ୍‌) : ଜୟ ଓଡିଶା, ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଏବଂ କୋଭିଡ ଆକ୍ସନ କୋଲାବ୍‌ର ମିଳିତ ଉଦ୍ୟମରେ ଆଜି ଯାଜପୁର ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ଶୁଭାରମ୍ଭ ଦିନ, ରକ୍ତ ଦାନ ଏବଂ ଟିକାକରଣ ପାଇଁ ସମସ୍ତ ଆନୁସଙ୍ଗିକ ସହିତ ଏକ ମଲ୍ଟି-ୟୁଟିଲିଟି ଭ୍ୟାନ୍‌ ଯାଜପୁରରେ ପ୍ରଦାନ କରାଯାଇଥିଲା, ଯାହା ଦ୍ୱାରା ଭିନ୍ନ ଭିନ୍ନ ସ୍ଥାନରୁ ରକ୍ତଦାନ ପ୍ରକ୍ରିୟା ସହଜ ହୋଇପାରିବ । ଏଥିସହ ଯାଜପୁରର ମହିଳା ମାନଙ୍କୁ ଆର୍ଥିକ ଭାବେ ସ୍ୱାଧୀନ ଓ ସଶକ୍ତ କରିବା ପାଇଁ ୧୪୦୦ଟି ସିଲେଇ ମେସିନ୍‌ ହସ୍ତାନ୍ତର କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ । ଅନ୍ୟାନ୍ୟ ଆମନ୍ତ୍ରିତ ଅତିଥିଙ୍କ ମଧ୍ୟରେ କୋଭିଡ ଆକ୍ସନ କୋଲାବ ପ୍ରତିନିଧି ଡକ୍ଟର ଭୂମିକା ନନ୍ଦ,ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କର ପ୍ରତିନିଧି ଅଭିନବ ସିଦ୍ଧାନ୍ତ ଓ ଅନ୍ୟ କାର୍ଯ୍ୟକାରୀ ଯୋଗ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣା ଓ ପ୍ରଣବ ପ୍ରକାଶ ଦାସଙ୍କ ମାର୍ଗଦର୍ଶନ ସାହାଯ୍ୟରେ ଆଗାମୀ ଦିନରେ ମଧ୍ୟ ଏହିଭଳି ଉନ୍ନତିମୂଳକ କର୍ଯ୍ୟମାନ ଜାରି ରହିବ ବୋଲି ବିଜେଡି ଜଏଣ୍ଟ ସେକ୍ରେଟାରୀ ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି ।

କୋଭିଡ ଆକ୍ସନ କୋଲାବ୍‌ର ପ୍ରତିନିଧି ମିସ ଭୂମିକା ନନ୍ଦ କରିଛନ୍ତି ଯେ, କୋଭିଡ, ଲୋକଙ୍କର ଜୀବନ ଓ ଜୀବିକା ଉଭୟ ଉପରେ ପ୍ରଭାବ ପକାଇଛି । ତେଣୁ ଏବେ ସେମାନଙ୍କୁ କେବଳ ରିଲିଫ ସାହାଯ୍ୟରେ ନୁହେଁ ବରଂ ଆଗତ ଭବିଷ୍ୟତକୁ ଦୃଷ୍ଟିରେ ରଖି ସହଯୋଗର ହାତ ବଢ଼ାଇବା ଉଚିତ । ଯେହେତୁ କୋଭିଡ ଆକ୍ସନ କୋଲାବ ସବୁବେଳେ ମିଳିମିଶି କାର୍ଯ୍ୟ କରିବାରେ ବିଶ୍ୱାସ ରଖେ, ତେଣୁ ଆଗକୁ ମଧ୍ୟ ଜୟ ଓଡ଼ିଶାର ସହାୟତାରେ ଓଡ଼ିଶାବାସୀଙ୍କୁ ସାହାଯ୍ୟ କରିବେ ବୋଲି ସେ କହିଥିଲେ ।

ଇଣ୍ଡସଇଣ୍ଡ ବ୍ୟାଙ୍କର ପ୍ରତିନିଧି ଅଭିନବ ସିଦ୍ଧାନ୍ତ, ଜୟ ଓଡ଼ିଶା ଓ କୋଭିଡ ଆକ୍ସନ କୋଲାବ୍‌କୁ ଧନ୍ୟବାଦ୍‌ ଦେବା ସହ ଆଗକୁ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ ।

Leave A Reply

Your email address will not be published.