csstore

ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଉପକରଣ ଦେବା ପାଇଁ ବ୍ଳକ ସ୍ତରୀୟ ଚିହ୍ନଟ ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ବ୍ଳକ ସ୍ତରୀୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟୋର ସୋରେନ୍ ଯୋଗଦାନ କରି କାର୍ଯ୍ୟକୁ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ବିଇଓ ଦାୟିତ୍ଵ ତୁଲାଉଥିବା ଚତୁର୍ଭୁଜ ମିର୍ଦ୍ଧାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏବିଇଓ ଜଗବନ୍ଧୁ ମାଝୀ, ଏବିଇଓ ରଘୁନାଥ ମହରା ଯୋଗାଦାନ କରିଥିଲେ । ଡାକ୍ତର ସୁରେନ୍ଦ୍ର ଭୋଇ (କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ବିଶେଷଜ୍ଞ), ଡାକ୍ତର ଅମିତ୍ କୁମାର ମିଶ୍ର (କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ବିଶେଷଜ୍ଞ), ଡାକ୍ତର ଅର୍କେଶ ପଟ୍ଟନାୟକ (ଫିବିଓଥେରାପିଷ୍ଟ), ନବକିଶୋର ସାମଲ(ପ୍ରତିନିଧି ସର୍ବଶିକ୍ଷା ଅଭିଯାନ, ବଲାଙ୍ଗିର) ପ୍ରମୁଖ ଯୋଗଦାନ କରିଥିବା ବେଳେ ଯୁବରାଜ ବିଭାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୀମା ଶତପଥୀ, ପାଣ୍ଡବ ତାଣ୍ଡି, ଆଶୁତୋଷ ଠାକୁର, ହୀରାବତୀ ପ୍ରଧାନ, ବି.ପି.ସିଂ ନାଏକଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ରାମପ୍ରସାଦ ମହାଲିଙ୍ଗ ଓ ନେତ୍ରାନନ୍ଦ ମେହେରଙ୍କ ତତ୍ୱାବଧାନରେ ବ୍ଳକର ଶହେ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.