ପଶ୍ଚିମାଞ୍ଚଳ କଳାକାର ମହାମଞ୍ଚ ପକ୍ଷରୁ ହାସ୍ୟ କବି ସମ୍ମିଳନୀ ଓ କଳାକାର ସମାବେଶ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସୌଖିନ କଳାକାର ସଂଘ ପ୍ରେକ୍ଷାଳୟଠାରେ ପଶ୍ଚିମାଞ୍ଚଳ କଳାକାର ମହାମଞ୍ଚ ପକ୍ଷରୁ ଆଜି ହାସ୍ୟ କବି ସମ୍ମିଳନୀ ଓ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ କରୋନା କଟକଣା ପରେ କଳାକାରମାନଙ୍କୁ ପୁଣି ଥରେ ମଞ୍ଚରେ କଳା ପ୍ରଦର୍ଶନର ସୁଯୋଗ ଆସିଛି । ମହାମଞ୍ଚ ଦ୍ଵାରା ଏହି ଆୟୋଜନ ଆମ ଅଞ୍ଚଳର କଳାକାରଙ୍କୁ ଆହୁରି ଉତ୍ସାହିତ କରିବ ବୋଲି କହିଥିଲେ । ସଭା ଅନ୍ୟ ଅତିଥି ଭାବେ ଡାକ୍ତର ଦମ୍ପତି ଡାକ୍ତର ରାଜେଶ ତ୍ରିପାଠୀ ଏବଂ ଡାକ୍ତର ସସ୍ମିତା ଦାସ ଯୋଗ ଦେଇଥିଲେ । କଳାକାର ମହାମଞ୍ଚର ସଭାପତି ନେହେରୁ ସରାଫଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାକୁ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା ପରିଚାଳନା କରିଥିଲେ । ସଭାରେ ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ଗ୍ରାମ ସ୍ଥିତ କୋମଲ କଳା ପରିଷଦ ଦ୍ବାରା ପ୍ରତିବର୍ଷ ପ୍ରକାଶିତ ହୋଇ ଆସୁଥିବା ସମ୍ବଲପୁରୀ କ୍ୟାଲେଣ୍ଡରକୁ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ମଞ୍ଚରେ କ୍ୟାଲେଣ୍ଡରର ପ୍ରକାଶକ ନିମାଇଁ ମହାପାତ୍ର ମଧ୍ୟ ଉପସ୍ଥିତି ଥିଲେ । ସେହିପରି ବୟୋଜ୍ୟେଷ୍ଠ କଳାକାର ତଥା ସଂଗୀତ ନାଟକ ଏକାଡେ଼ମୀ ପକ୍ଷରୁ ସମ୍ମାନ ପ୍ରାପ୍ତ ହରିହର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ପରେ ପଶ୍ଚିମାଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ସାପ୍ସସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave A Reply

Your email address will not be published.