pakka

ଜାତୀୟସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଆସନ୍ତା ୯ରେ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ମା’ ବାଟ ମଙ୍ଗଳା ଷଷ୍ଠ ଜାତୀୟସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଆସନ୍ତା ୯ ତାରିଖ ଦିନ ଜଗଦା ସ୍ଥିତ ମା’ ବାଟ ମଙ୍ଗଳା ଶକ୍ତି ପୀଠଠାରେ ଅନୁଷ୍ଠିତ ହେବ ବୋଲି ରାଉରକେଲା କ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଜଗଦା ସ୍ଥିତ ଜୟଦେବ କଳାବିକାଶ କେନ୍ଦ୍ର ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଉରକେଲା ବ୍ୟତୀତ ରାଜ୍ୟ ତଥା ଜାତୀୟ ସ୍ତରର ଶାସ୍ତ୍ରୀୟ କଳାକାରମାନେ ଯୋଗଦେବେ । ଅନୁଷ୍ଠାନର ଉପସଭାପତି ରବି ଦାସ, ନରେନ ଦାସ, ସାଧାରଣ ସଂପାଦକ ପ୍ରଦୀପ କୁମାର ପଣ୍ଡା, ଉପଦେଷ୍ଟା ପ୍ରଭାତ କୁମାର ମହାନ୍ତି, ସାଂସ୍କୃତିକ ସଂପାଦକ ଡା. ସୁଶାନ୍ତ ପାଣି, କାର୍ଯ୍ୟକାରୀ ସଦସ୍ୟ ଅଶୋକ କକ୍କଡ ଓ ବନ୍ଦିତା ମହନ୍ତ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ, ଆସନ୍ତା ୯ ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସଂଧ୍ୟା ୬ ଘଟିକାରୁ ଆରମ୍ଭ ଭୋର ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଭୁବନେଶ୍ଵରର ମାଦଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ, ତାବଲା ବାଦକ ଗୁରୁ କୁଳମଣି ସାହୁ, ଗୋରଖପୁରରୁ ହିନ୍ଦୁସ୍ଥାନୀ ଗାୟକ ଗୁରୁ ଶୁଭଙ୍କର ଦେ, ପୁରୀରୁ ସିତାର ବାଦକ ଗୁରୁ ସତ୍ୟ ନାରାୟଣ ଗୁରୁ, ଓଡିଶୀ ଗାୟକ ବଟଗୋପାଳ ତ୍ରିପାଠୀ, ମାଦଳ ବାଦକ ଗୁରୁ ମାଧବ ଶ୍ରୀଚନ୍ଦନ ସାହୁ, ପୁନେରୁ ହିନ୍ଦୁସ୍ଥାନୀ ଗାୟକ ଗୁରୁ ନଗେଶ ଆଦଗାଂଓକର, ଯାଜପୁରରୁ ଓଡିଶୀ ଗାୟିକା ସୁଶ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ରାୟପୁରରୁ ଭାଓଲିନ ବାଦକ ଗୁରୁ ସକେତ ସାହୁ, ଢେଙ୍କାନାଳରୁ ହିନ୍ଦୁସ୍ଥାନୀ ଗାୟକ ଗୁରୁ ଜାମିନୀ ରଂଜନ ଦାଶ ଓ ସୁଶ୍ରୀ ଅଙ୍କିତା ପଣ୍ଡା, କଲିକତାର ତାବଲା ବାଦକ ଗୁରୁ ଅବିର ମୁଖାର୍ଜୀ, ଭିଲାଇରୁ ତାବଲା ଯୁଗଳବନ୍ଦୀ ବାଦକ ରାମଚନ୍ଦ୍ର ସାର୍ପେ ଓ ପୁନମ ସାର୍ପେ, କଲିକତାର ହିନ୍ଦୁସ୍ଥାନୀ ଗାୟିକା ସୁଶ୍ରୀ ମଉପାଲୀ ଚୌଧୁରୀ, କଲିକତାର ସାରଙ୍ଗୀ ବାଦକ ଗୁରୁ ସୁଧେନ୍ଦୁ ହାଲଦାର ପ୍ରମୁଖ ଯୋଗଦେବେ ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି । ସେହିପରି ରାଉରକେଲାର କଳାକାର ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ପ୍ରତିଭା ପରିବେଷଣ କରିବେ । ତେଣୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

jay balangir
Leave A Reply

Your email address will not be published.

twenty − 10 =

error: Content is protected !!