oom

ଭୁବନେଶ୍ୱର ଉପକଣ୍ଠର ଗଙ୍ଗାପଡ଼ା ସେଣ୍ଟ ଜାଭିୟାର ଅନ୍ତର୍ଜାତୀୟ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ ସମାରୋହ

jsmm

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭୁବନେଶ୍ୱରର ଉପକଣ୍ଠ ଗଙ୍ଗାପଡ଼ାରେ ଅବସ୍ଥାପିତ ସେଣ୍ଟ ଜାଭିୟାର ଅନ୍ତର୍ଜାତୀୟ ପବ୍ଲିକ ସ୍କୁଲରେ ଶୁକ୍ରବାର ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏକ ଶୈକ୍ଷିକ ପରିବେଶ ମଧ୍ୟରେ ଆୟୋଜିତ ଏହି ଏକ ଦିବସୀୟ ପ୍ରଦର୍ଶନୀ ସମାରୋହରେ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ । ଶିଶୁମାନଙ୍କ ମଧ୍ୟରେ ଥିବା ବୌଦ୍ଧିକ ଜ୍ଞାନ ପ୍ରତି ଅବଗତ ହୋଇ ଶ୍ରୀ ରାଉତରାୟ ଖୁସିବ୍ୟକ୍ତ କରିଥିଲେ ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶୈକ୍ଷିକ ସାମାରୋହରେ ସ୍କୁଲର ଚେୟାରମ୍ୟାନ ଡ଼.ବଦ୍ରୀନାଥ ପଟ୍ଟନାୟକ, ଶ୍ରୀମତୀ ନିବେଦିତା ରାଉତରାୟ, ଗଙ୍ଗାପଡ଼ା ଶାଖାର ଅଧ୍ୟକ୍ଷା ଶ୍ରୀମତୀ ରାଜଲକ୍ଷ୍ମୀ ପଟ୍ଟନାୟକ, ଶିକ୍ଷା ନିର୍ଦ୍ଦେଶିକା ଡ.ଗାୟତ୍ରୀ ମିଶ୍ର, ବିଚାରକ ଡ.ସୁଶାନ୍ତ ଦାସ, ମାଲିପଡା ସ୍ଥିତ ସେଣ୍ଟ ଜାଭିୟାର ଅନ୍ତର୍ଜାତୀୟ ସ୍କୁଲର ଅଧ୍ୟକ୍ଷା ସୁଦୀପ୍ତା ପଟ୍ଟନାୟକ ଏବଂ ସତ୍ୟ ବିହାର ଶାଖାର ଅଧ୍ୟକ୍ଷା ଶ୍ରୀମତୀ ଶୁଭସ୍ମିତା ମହାନ୍ତି ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦାନ କରିଥିଲେ । ଏହାପରେ ଅତିଥି ଏବଂ ବିଚାରକ ମଣ୍ଡଳୀ ଦ୍ୱାରା ବିଭିନ୍ନ ପ୍ରକଳ୍ପର ମୂଲ୍ୟାୟନ କରାଯାଇଥିଲା । ସିଧାସଳଖ ପରିଦର୍ଶନ କରାଯାଇ ସ୍କୁଲର ବିଦ୍ୟାର୍ଥୀମାନଙ୍କ ସହିତ ସେମାନଙ୍କ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଆଗ୍ରହ ଏବଂ ଉତ୍ସାହର ସହିତ ଭାଗ ନେଇଥିଲେ । ନିଜ ନିଜର ପ୍ରକଳ୍ପ ସମ୍ପର୍କରେ ବିଚାରକ ତଥା ଅଭିଭାବକମାନଙ୍କ ସମ୍ମୁଖରେ ବ୍ୟାଖ୍ୟା ଓ ଉପସ୍ଥାପନା କରିଥିଲେ । ଏହି ପ୍ରଦର୍ଶନୀ ସାମାରୋହରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରାୟ ୬୨ଟି ପ୍ରକଳ୍ପ ନେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ଶୈକ୍ଷିକ ପରିବେଶ ମଧ୍ୟରେ ଆନନ୍ଦ ଓ ଉଲ୍ଲାସମୟ ଭରିଦେଇଥିଲା ।

jittmm
Leave A Reply

Your email address will not be published.