jayashree

ରବୀନ୍ଦ୍ରନାଥ ଟେଗୋରଙ୍କ ୧୬୫ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜାତୀୟ ସ୍ତରୀୟ ସଙ୍ଗୀତ ସମାରୋହ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୫ ସ୍ଥିତ ଭଞ୍ଜଭବନ ପ୍ରେକ୍ଷାଳୟରେ ରବୀନ୍ଦ୍ରନାଥ ଟାଗୋରଙ୍କ ୧୬୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ଜାତୀୟ ସ୍ତରୀୟ ଦେଶର ୧୧ଟି ସହରରେ ଆୟୋଜିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ରାଉରକେଲା ଗୀତିମାଲ୍ୟ ଅନୁଷ୍ଠାନ ପକ୍ଷରୁ ଦ୍ଵିତୀୟ ବର୍ଷ ଚିରନୂତନ ଶୀର୍ଷକ ରବୀନ୍ଦ୍ର ନାଥ ଟେଗୋରଙ୍କ ସ୍ମରଣରେ ଏହି ଜାତୀୟ ସ୍ତରୀୟ ସଙ୍ଗୀତ କାର୍ଯ୍ୟକ୍ରମ ସ୍ଥାନୀୟ ଭଞ୍ଜଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ବିଶେଷତ୍ୱ ହେଉଛି ଏକା ସାଙ୍ଗରେ ୧୧ଟି ସହରରେ ରବୀନ୍ଦ୍ରନାଥ ଟେଗୋରଙ୍କ ରଚିତ ୧୭ଟି ଗୀତ ଗାୟନ କରାଯାଇଥିଲା । ଏଥି ସହିତ ପ୍ରତ୍ୟେକ ସ୍ଥାନରେ ୧୦୦ ଜଣ ପ୍ରତିଯୋଗୀ ସାମିଲ ହୋଇ ଏକା ସହିତ ସଙ୍ଗୀତ ପରିବେଷଣ କରିଥିଲେ । ଯାହା ଶତକଣ୍ଠ ସହସ୍ର କଣ୍ଠ ଭାବେ ଗୋଟିଏ ସାଙ୍ଗରେ ୧୧ଟି ସହରର ୧୧ ଶହ ପ୍ରତିଭାଗୀ ସଙ୍ଗୀତ ଗାନ କରିଥିଲେ । ୧୧ଟି ସହର ହେଲା ନୂଆଦିଲ୍ଲୀ, ନାଭି ମୁମ୍ବାଇ, ବାଙ୍ଗଲୋର, ଚେନ୍ନାଇ, ହାଇଦ୍ରାବାଦ, ରାଉରକେଲା, ଭୋପାଳ, ଭିଲାଇ, ଜାମସେଦପୁର, ସିଲଚର ଏବଂ କଲିକତା । ଏହି କାର୍ଯ୍ୟକ୍ରମଟି ୧ ଘଣ୍ଟା ୧୭ ମିନିଟ ୭ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ନୋବେଲ ପୁରସ୍କାର ବିଜେତା ଗୁରୁ ରବୀନ୍ଦ୍ରନାଥ ଟେଗୋରଙ୍କ ଚିର ସ୍ମରଣୀୟ ସଙ୍ଗୀତକୁ ଘରେ ଘରେ ପହଞ୍ଚାଇବା ଏବଂ ଦେଶବ୍ୟାପୀ ରହୁଥିବା ପ୍ରବାସୀ ବଙ୍ଗାଳୀ ମାନଙ୍କୁ ଏ ସମାରୋହ ମାଧ୍ୟମରେ ରବୀନ୍ଦ୍ର ସଙ୍ଗୀତକୁ ପୁନର୍ଜୀବିତ କରିବା ପାଇଁ ଆୟୋଜନ କରାଯାଇଥିଲା । ଗୀତିମାଲ୍ୟାର ପ୍ରତିଷ୍ଠାତା ସୁସ୍ମିତା ନସ୍କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପି ମାନବ ସମ୍ବଳ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ଅଦ୍ଭୁତପୂର୍ବ କହିବା ସହ ଅନୁଷ୍ଠାନର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିବା ବ୍ୟକ୍ତି, ସାମ୍ବାଦିକ, ଆଶିଷ କୁମାର ନାୟକ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋଏନା ଦସ୍ତିଦାର, କୋୟଲ ସାହା, ରାଖି ନନ୍ଦୀ ସେନ, ଶର୍ମିଷ୍ଠା ବାନାର୍ଜୀ, ବାସୁବି ବାନାର୍ଜୀ, ରିମି ଚକ୍ରବର୍ତ୍ତୀ ଏବଂ ପ୍ରଣୟ ଘୋଷ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.