jsm

ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗାଁରେ ଥିବା ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଶ୍ରୀ ଗଣେଶ ଓ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପାଠାଗାରର ସଭାପତି ଯୋଗେଶ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଭାବେ କୁଣ୍ଡା ବୁଟୁଲା ଛେଳିଆ ସାହୁ ହାଇସ୍କୁଲର ପ୍ରଧାନଶିକ୍ଷକ ସୁଧୀର କୁମାର ସାହୁ, ସମ୍ମାନିତ ଅତିଥି ଭାବେ ସିନ୍ଧେକେଲା ସମିତି ସଭ୍ୟ ତଥା ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରା, ଝଲପ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଗୋବିନ୍ଦ ପୁଟେଲ, ବଲାଙ୍ଗିର ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ, ସାମାଜିକ କର୍ମୀ ମୁକ୍ତି ସେନାପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦେଶ ଗଠନ କରିବାରେ ଯୁବକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପାଠାଗାରର ଉନ୍ନତି କରଣ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଉତ୍ତୋରତ୍ତର କାମନା କରିଥିଲେ । ଏହି ଅବସରରେ ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତି ମାନଙ୍କୁ ଶ୍ରେଷ୍ଠ ସାମାଜିକ ସ୍ୱେଚ୍ଛାସେବୀ ଝସକେତନ ବାରିକ, ଶ୍ରେଷ୍ଠ ଖେଳାଳି ଝରଣା ବାଗ, ସର୍ବାଧିକ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରୀ ନିବେଦିତା ବାରିକ, ସର୍ବାଧିକ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ର ଚନ୍ଦନ ବାଗ, କୌତୁକ ପୁଟେଲ, ସିଆଇଏସ୍‌ଏଫ୍‌ ଜ୍ୟୋତିରଞ୍ଜନ ଦାସ, ଯୋଗାଣ ସହାୟକ ମାନସ ରଞ୍ଜନ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସହ ସମ୍ପାଦକ ସୁନୀଲ ବାଗ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ଉପସଭାପତି ସତ୍ୟନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମ୍ପାଦକ ପୁରୁଷୋତ୍ତମ ଭୋଇ, କ୍ରୀଡା ସମ୍ପାଦକ ବିକ୍ରମ ସୁନା କୋଷାଧ୍ୟକ୍ଷ ହିମାଂଶୁ ବେହେରା, ପୂଜା ସମ୍ପାଦକ ଦେବେନ୍ଦ୍ର ସାହୁ, ଗ୍ରନ୍ଥାଗାର ହେମରାଜ ସାହୁ, ନାଟ୍ୟ ସମ୍ପାଦକ ଡୋଲାମଣି ବେହେରା ପ୍ରମୁଖଙ୍କ ସହ ପାଠାଗାରର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ପରିବେଷଣ ହୋଇଥିଲା । ଅଭୟ ବାଗ ଓ ଜ୍ୟୋତ୍ସ୍ନା ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ ।

yuvodaya
Leave A Reply

Your email address will not be published.