csstore

ରାମଚଣ୍ଡୀ ନାଟ୍ୟ ସଂସଦ ଆନୁକୂଲ୍ୟରେ : ସାମାଜିକ ନାଟକ ହାଃ କୃଷ୍ଣ ବୋଲି ଯାଉ ଜୀବ ମଞ୍ଚସ୍ଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲ୍ୟାବାଦ ଗ୍ରାମରେ ପବିତ୍ର ଦୋଳ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଭୁ ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ମାଁ ରାମଚଣ୍ଡୀ ନାଟ୍ୟ ସଂସଦ ଆନୁକୂଲ୍ୟରେ ପରିବେଷିତ ସାମାଜିକ ନାଟକ”ହାଃ କୃଷ୍ଣ ବୋଲି ଯାଉ ଜୀବ” ମଞ୍ଚସ୍ଥ ହେଉଥିଲା । ଏଥିରେ କରପଡା ସରପଞ୍ଚ ଙ୍କ ଜୀବନ୍ତ ଅଭିନୟରେ ଗ୍ରାମବାସୀ ଭାବବିହୋଳ ହୋଇଯାଇଥିଲେ । ଯାହାକି ତାହାଙ୍କ ଭୂମିକା ଏବଂ ଅନ୍ୟ କଳାକାରଙ୍କ ଚମତ୍କାର ଅଭିନୟରେ ଅଗଣିତ ଦର୍ଶକଙ୍କୁ ବିସ୍ମିତ କରିଥିଲା । ଏହାକୁ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀ ଡମ୍ବରୁ ଧର ଚୌଧୁରୀ, ମୁଖ୍ୟ ପରିଚାଳକ ବନମାଳୀ ନାୟକ, ଶଙ୍କର ଚର୍ତ୍ତୀ, ରାମେଶ୍ୱର ନାୟକ, କଳାକାର ଅଜୟ ନାୟକ(ସରପଞ୍ଚ), ଲକ୍ଷ୍ମକାନ୍ତ ନାୟକ, ଅଭିମନ୍ୟୁ ନାୟକ, କୈଳାଶ ଚନ୍ଦ୍ର ନାୟକ, ନାରାୟଣ ନାୟକ, ସନ୍ତୋଷ କୁମାର ଚୌଧୁରୀ, ରବୀନ୍ଦ୍ର ନାୟକ, ଗୋପାଳ ନାୟକ, ଦଣ୍ଡପାଣି ମହାରଣା ଓ ଅନ୍ୟ ସାଥି କଳାକାର ଭାଗନେଇଥିଲେ । ଆଲ୍ୟାବାଦ ଗ୍ରାମବାସୀ ଏହାକୁ ସମ୍ପୂର୍ଣ ସହଯୋଗ କରିଥିଲେ ଏବଂ ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସଦସ୍ୟ ବଂଶୀଧର ନାୟକ, ବୃନ୍ଦାବନ ନାୟକ, ଲିଙ୍ଗରାଜ ନାୟକ, ଶିବରାମ ନାୟକ, ବରୁଣ ଚୌଧୁରୀ, ସୁଧୀର ମହାରଣା ପ୍ରମୁଖ ସକ୍ରୀୟ ନେଇ ମଞ୍ଚସ୍ଥ କାର୍ଯ୍ୟକ୍ରମରେ ସଫଳ ରୂପାୟନ ଆଣିଥିଲେ ।

jayashree
Leave A Reply

Your email address will not be published.