csstore

ସମାଜସେବୀଙ୍କ ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବୀ ତଥା ଅଧ୍ୟାପିକା ଶୈଳବାଳା ଷଡ଼ଙ୍ଗୀ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୌତିକ ଶିଶୁ ସେବା ଆଶ୍ରମ ଠାରେ ଥିବା ଅନ୍ତେବାସୀଙ୍କ ସହ ନୂଆବର୍ଷ ପାଳନ ସହ ନୂତନ ଶିକ୍ଷା ପଦ୍ଧତି, ସ୍ୱାସ୍ଥ୍ୟ, ଆତ୍ମରକ୍ଷା କୌଶଳ, ପରିବେଶ ସୁରକ୍ଷା ସମ୍ପର୍କରେ ଭାବ ବିନିମୟ ଓ ଆଲୋଚନା କରିଥିଲେ । ଏଥିସହ ଅନ୍ତେବାସୀଙ୍କ ଶିକ୍ଷା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ସୁଶ୍ରୀ ଷଡ଼ଙ୍ଗୀ ସହରରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ହେବା ସହ ରାଜ୍ୟ ସରକାରଙ୍କ ଠାରୁ ପ୍ରକୃତି ବନ୍ଧୁ ପୁରସ୍କାର ଗ୍ରହଣ କରିଛନ୍ତି ।

jayashree
Leave A Reply

Your email address will not be published.