csstore

ଦୈନିକ ଖବର କାଗଜ ‘ସମାଜ’ର ସ୍ୱନକ୍ଷତ୍ର ଦିବସ ପାଳନ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସମାଜ ପାଠକ ମଂଚ ଟିଟିଲାଗଡ ପକ୍ଷରୁ ସମାଜ ଦୈନିକ ଖବର କାଗଜର ୧୦୩ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ଜଲାରାମ ଲଜ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ବରିଷ୍ଟ ଲେଖକ ତଥା ମଂଚର ଉପ ସଭାପତି ଜ୍ୟୋତି ପ୍ରକାଶ ଗଡତ୍ୟାଙ୍କ ସଭାପତିତ୍ୱରେ ଏବଂ ସଂପାଦକ ଦିଲ୍ଲୀପ କୁମାର ପସାୟତଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଲେଖକ ଡ. ଗୋବର୍ଦ୍ଧନ ସାହୁ ଓ ଶିକ୍ଷାବିତ ଜଗନ୍ନାଥ ପଣ୍ଡା ଆଲୋଚକ ଭାବେ ଯୋଗ ଦେଇ ସମାଜ ସମ୍ବାଦପତ୍ର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ଜନ୍ମିତ, ପ୍ରକାଶିତ, ସଂପାଦିତ ତଥା ତାଙ୍କର ଦୀର୍ଘ ସଂପୃକ୍ତି ଏହି ଖବର କାଗଜକୁ ଏକ ଆଦର୍ଶ ନିରପେକ୍ଷ ତଥା ସଂସ୍କାରାଭିମୁଖୀ କରି ଗଢି ତୋଳିବ ବୋଲି ଆଲୋଚକ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ଆଲୋଚକ ଡ. ସାହୁ ନିଜସ୍ୱ ଅଭିଭାଷଣରେ ସମାଜ ସମ୍ବାଦ ପତ୍ର କେବଳ ନିରପେକ୍ଷ ସମ୍ବାଦ ନୁହେଁ ବରଂ ଓଡିଶାର ଐତିହ୍ୟ, ପରଂପରା, ସଂସ୍କୃତି, ସାହିତ୍ୟ ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୌରବ ମଣ୍ଡିତ ହୋଇପାରିଛି । ଓଡିଶାର ସମ୍ବାଦପତ୍ର ଜଗତରେ ଏହି ଖବରକାଗଜ ଭୀଷ୍ମ ପିତାମହ ବୋଲି ସେ ଅଭିହିତ କରିଥିଲେ । ସଭାପତି ଶ୍ରୀ ଗଡତ୍ୟା ସକାଳ ପାହିଲେ ଓଡିଆଙ୍କ ମନ ସମାଜ ଠେଇଁ ବୋଲି ଚୁମ୍ବକୀୟ ଅଭିଭାଷଣ ପ୍ରଦାନ କରିଥିଲେ । ସଂଯୋଜକ ଅଧ୍ୟାପକ ଶ୍ରୀ ପସାୟତ ସମାଜ କେବଳ ଏକ ଖବର କାଗଜ ଯିଏ ସମ୍ବାଦ, ବିଜ୍ଞାପନ ଏବଂ ବିଭିନ୍ନ ବିଭାଗୀୟ ପ୍ରସ୍ଥର ଚମତ୍କାର ଅଳଙ୍କରଣ କରି ପତ୍ରକୁ ଶୋଭନୀୟ କରିଥାଏ ବୋଲି ଉଲ୍ଲେଖ କରିଥିଲେ । କବି ବୃନ୍ଦାବନ କୁମ୍ଭାର କାବ୍ୟିକ ଶୈଳୀରେ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.