jayashree

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରମୁଖ କାର୍ଯ୍ୟଶାଳା ଓ ବିଦ୍ୱତ୍ ପରିଷଦ ଆଲୋଚନା ଚକ୍ର ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସମ୍ଭାଗ ସ୍ତରୀୟ ଆଧାରସ୍ତର ପ୍ରମୁଖ କାର୍ଯ୍ୟଶାଳା ଓ ବିଦ୍ୱତ୍ ପରିଷଦ ଆଲୋଚନା ଚକ୍ର ରବିବାର ସମାହିତ ହୋଇଯାଇଛି । ବିଦ୍ୟାଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଗତ ୭, ୮ ଓ ୯ ତାରିଖ ତିନି ଦିନ ଧରି ସମାହିତ ହୋଇ ଆସିଥିବା ଦକ୍ଷିଣ ପୂର୍ବ ସମ୍ଭାଗ ସଭାପତି ଦୀପକ ମହାରଣା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଠ ଶିକ୍ଷାବିତ୍‌ ଅବସରପ୍ରାପ୍ତ କଲେଜ୍ ଅଧ୍ୟକ୍ଷ ତଥା ଦକ୍ଷିଣ-ପୂର୍ବ ସମ୍ଭାଗ ସଭାପତି ଡଃ. ତାରା ପ୍ରସାଦ ଦାଶ ଯୋଗଦେଇ ଏହି କାର୍ଯ୍ୟକ୍ରମର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଦ୍ୟାମନ୍ଦିରର ସଭାପତି ପଦ୍ମ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ ଟି. ସୁରେଶ କୁମାର ଆଚାରୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ସାଂଗକୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଗତ ୮ ତାରିଖ ସନ୍ଧ୍ୟାରେ ବିଦ୍ୟାଳୟରେ ବିଦ୍ଵତ୍ ପରିଷଦ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସନ୍ଧ୍ୟାରେ ଆଞ୍ଚଳିକସ୍ତରରେ ଏକ ବୁଦ୍ଧିଜୀବୀମାନଙ୍କୁ ନେଇ ହିନ୍ଦୁ ଜୀବନ ଶୈଳୀ ଓ ପାଶ୍ଚାତ୍ୟ ଦେଶର ପ୍ରଭାବ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁରର ଅଧ୍ୟକ୍ଷ ତଥା ଆମ ବିଦ୍ୟାଳୟ ବିଦ୍ୱତ୍ ପରିଷଦର ସଭାପତି ଡଃ. ଅଜୟ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କମ୍ପ୍ୟୁଟର ଆଚାର୍ଯ୍ୟ ଦୀପକ କୁମାର ଦାଶ ଅତିଥି ପରିଚୟ କରିଥିବା ବେଳେ ପ୍ରଧାନାଚାର୍ଯ୍ୟ ଟି. ସୁରେଶ କୁମାର ଆଚାରୀ ଏହି କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ତିନିଦିନିଆ କାର୍ଯ୍ୟଶାଳାରେ ଗଞ୍ଜାମ, ଗଜପତି ଓ ଫୁଲଵାଣୀ ଜିଲ୍ଲାର ଶିଶୁ ବାଟିକା ବିଭାଗରୁ ୭୩ ଜଣ ଆଚାର୍ଯ୍ୟ ଆଚର୍ଯ୍ୟା ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟଶାଳାରେ ଅନେକ ଦିଗଦର୍ଶନ ଉପରେ ଶିକ୍ଷା ଲାଭ କରିଥିଲେ । ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ ଆଧାରରେ ଶିକ୍ଷଣ ପ୍ରକ୍ରିୟାର ସଫଳ କ୍ରିୟାନ୍ଵୟନ ଉଦ୍ଦେଶ୍ୟରେ ଅଖିଳ ଭାରତୀୟ ବିଦ୍ୟା ଭାରତୀର ପ୍ରଶିକ୍ଷଣ ସଂଯୋଜକ ଅଶୋକ କୁମାର ପଣ୍ଡା, ପ୍ରାନ୍ତ ଓ କ୍ଷେତ୍ରୀୟ ଶାରୀରିକ ଶିକ୍ଷା ସଂଯୋଜକ ବଳରାମ ସାହୁ, ପ୍ରାନ୍ତ ଶିଶୁ ବାଟିକା ସହ ସଂଯୋଜକ ମନୋରଞ୍ଜନ କର, ଅଭିଜ୍ଞ ପ୍ରଶିକ୍ଷକ ରୂପେ ଦକ୍ଷିଣ ପୂର୍ବ ସମ୍ଭାଗ ସଂଯୋଜକ ବିଭୂତି ଭୂଷଣ ପାଇକରାୟ, ସହ-ସଂଯୋଜକ ତଥା ଗଞ୍ଜାମ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ, ସମ୍ଭାଗ ଶିଶୁ ବାଟିକା ସଂଯୋଜକ ଅରୁଣ ବାଗ୍ , ଫୁଲବାଣୀ ବିଭାଗ ନିରୀକ୍ଷକ ସନ୍ତୋଷ ପାଢ଼ୀ, ସମ୍ଭାଗ ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ବି. ସୁଶୀଳା ପ୍ରମୁଖ ପଞ୍ଚପଦୀ ଅଧିଗମ ପଦ୍ଧତି ଉପରେ ବିସ୍ତୃତ ରୂପେ ଆଲୋକପାତ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ସନ୍ତୋଷ କୁମାର ପାଢୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ମନୋରଞ୍ଜନ କର ଏହି କାର୍ଯ୍ୟକ୍ରମର ମୁଖ୍ୟଉଦ୍ଦେଶ୍ୟ ଓ ମହତ୍ତ୍ୱ ଉପରେ ପ୍ରତିପାଦନ କରିଥିଲେ । ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା କମିଟିର ସାଧାରଣ ସମ୍ପାଦକ ତଥା ସରକାରୀ ଓକିଲ ସନ୍ତୋଷ କୁମାର ସାହୁ ଏହି ଅଧ୍ୟକ୍ଷତା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଉପ-ସଭାପତି ଗୀତା ପାଢୀ, ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ, ସଦସ୍ୟା ସୁନୀତା ସେଠୀ ଓ ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ପରିଚାଳନା ସମିତିର ଯୁଗ୍ମ-ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ଆଚାର୍ଯ୍ୟ ପ୍ରତିନିଧି ମନୋରଞ୍ଜନ ଦାଶ ସମସ୍ତ ଉପସ୍ଥିତ ଥିଲେ । ଏଥିରେ ବିଦ୍ୟାଳୟର ପରିଚାଳନା କମିଟି, ଗୁରୁଜୀ ଗୁରୁମା, ସେବକ ସେବିକାଙ୍କ ପୂର୍ଣ୍ଣ ସହଯୋଗ ଫଳରେ ଏହି ତିନି ଦିନିଆ କାର୍ଯ୍ୟକ୍ରମ ସଫଳତା ପୂର୍ବକ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.