csstore

କୀର୍ତ୍ତନ କଳାକାର ସମାବେଶ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଳ କଳାକାର ସଂଘ ନୃସିଂହନାଥ ପକ୍ଷରୁ ପାଇକମାଲ ବ୍ଲକ କାଂସଡ଼ା ଗ୍ରାମରେ ନୂଆଁଖାଇ ଭେଟଘାଟ ୨୦୨୫ ଓ କୀର୍ତ୍ତନ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଶ୍ରୀ ନୃସିଂହନାଥ ଓ ଗୌରାଙ୍ଗ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ସଂଘର ସଭାପତି ଟାଇଲ ଚନ୍ଦ୍ର ଭୋଇ ମୁଖ୍ୟ ଅତିଥି ଭାବେ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ପାଇକମାଲ ବ୍ଲକ ଉପାଧ୍ୟକ୍ଷ ସଂଜୀବ ବରିହା ସଭାପତିତ୍ୱ କରିଥିବା ବେଳେ କାଂସଡ଼ା ସରପଞ୍ଚ ଉଗ୍ରସେନ ଭୋଇ, ରବି ସାହୁ, ଗୋପୀନାଥ ପ୍ରଧାନ, ନନ୍ଦଳାଲ ନାୟକ, ହୃଦାନନ୍ଦ ଭୋଇ, ଅଲେଖ ସାହୁ, ଝସକେତନ ବଢ଼େଇ, ଚତୁର୍ଭୁଜ ଭୋଇ, ସୁରେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ନୂଆଁଖାଇ ଓ ନୂଆଁଖାଇ ଭେଟଘାଟ ଏବଂ କଳା ସଂସ୍କୃତି ବିଶେଷ କରି କୀର୍ତ୍ତନ କଳାର ପ୍ରଚାର ପ୍ରସାର ଉପରେ ଅତିଥିମାନେ ଗୁରୁତ୍ଵାରୋପ କରିଥିଲେ । ଏହି ସମାବେଶରେ ପାଇକମାଲ ବ୍ଲକର ୧୧ଟି ଗ୍ରାମର କୀର୍ତ୍ତନ କଳାକାରମାନେ ଯୋଗଦେଇ କୀର୍ତ୍ତନ ପରିବେଷଣ କରିଥିଲେ । ପାନାଲାଲ ସେଠ କୀର୍ତ୍ତନ ସମାବେଶକୁ ସଞ୍ଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମରୁ ସହସ୍ରାଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ କାଂସଡ଼ା ଗ୍ରାମର ସମସ୍ତ ଗ୍ରାମବାସୀ ଓ ଯୁବକଯୁବତୀ ଅନ୍ନଛତ୍ର ଓ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରୀୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.