csstore

ଜିଲ୍ଲା ସ୍ତରୀୟ ନର୍ସିଂ କର୍ମଚାରୀ ସଂଘ ନିର୍ବାଚନ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏମ୍ସିଏଚ ବିଲ୍ଡିଂର ବୈଠକ ଗୃହରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ କଳାହାଣ୍ଡି ଜିଲ୍ଲା ଶାଖାର ୨୦୨୫-୨୭ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ଶ୍ରୀମତୀ ସନ୍ଧ୍ୟାରାଣି ରଥ, ଉପସଭାପତି ଭାବେ ପାଇଁ ତ୍ରିବିକ୍ରମ ପଧାନ, ସମ୍ପାଦକ ଭାବେ ବସନ୍ତ କୁମାର, ସହ ସମ୍ପାଦକ (ସଂଗଠନ)ଭାବେ ଅଜିତ କୁମାର ସାହୁ, ସହ ସମ୍ପାଦକ (ଅର୍ଥ) ଭାବେ ଅନନ୍ତ ସାହୁ, ସହ ସମ୍ପାଦକ (ସମନ୍ୱୟ) ଭାବେ ହିମାଂଶୁ ଶେଖର ପାଢୀ, ସହ ସମ୍ପାଦକ (ସାଂସ୍କୃତିକ) ଭାବେ ରୋଶନ ସାହୁ, କୋଷାଧ୍ୟକ୍ଷ ଭାବେ ପାଇଁ ଖିରସିନ୍ଧୁ ରାଣା, ଅଡିଟର ଭାବେ ଶ୍ରୀମତୀ ମମତା ଶତପଥୀ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିବା ସଂଘ ପକ୍ଷରୁ ସୂଚନା ମିଳିଛି । ନିର୍ବାଚନ ଅଧିକାରୀ ଭାବରେ ରବିମଣି ସିଂହ ଓ ସୁଭାସିନୀ ଧୁରୁଆ, ପ୍ରିଜାଇଡିଂ ଅଫିସର ଭାବେ କନକଲତା ସେଠୀ ଓ ମେନକା ସ୍ୱାଇଁ, ପୁଲିଂ ଅଫିସର ଭାବେ ବେବିଆନା ସାଙ୍ଗା ଓ ସଲିଳା ବିହାରୀଙ୍କ ସହ ମନୋନିତ ଥିବା ୩୦ ଜଣ ସ୍ବେଚ୍ଛାସେବୀ ମିଶି ସୁଚାରୁରୂପେ ନିର୍ବାଚନ ପରିଚାଳନା କରିଥିଲେ। ଫଳାଫଳ ଘୋଷଣା ହେବା ପରେ ଜିଲ୍ଳାର ସମସ୍ତ ବ୍ଲକରୁ ଆସିଥିବା ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇ ନିର୍ବାଚିତ ପ୍ରତିନିଧି ମାନେ ଛୁଟି ଦିନ ମାନଙ୍କରେ ସମୟ ବାହାରକରି ସଂଘର କର୍ମକର୍ତ୍ତା ମାନଙ୍କ ସହଯୋଗରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବା ସହ ସମସ୍ତେ ଏଥିରେ ସହଯୋଗର ହାତ ବଢ଼ାଇବା ପାଇଁ ସଭାରେ ଆଲୋଚନା କରାଯାଇଥିଲା।

jayashree
Leave A Reply

Your email address will not be published.